ଅଟଳ ଭୂଜଳ ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ , ୨୦୨୪ ସୁଦ୍ଧା ପ୍ରତି ଘରେ ପହଂଚିବ ଜଳ , ଜଳସଂକଟ ସମସ୍ୟାରୁ ମୁକ୍ତି ପାଇବେ ଦେଶବାସୀ ।

ଅଟଳ ଭୂଜଳ ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ , ୨୦୨୪ ସୁଦ୍ଧା ପ୍ରତି ଘରେ ପହଂଚିବ ଜଳ , ଜଳସଂକଟ ସମସ୍ୟାରୁ ମୁକ୍ତି ପାଇବେ ଦେଶବାସୀ ।

ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଅଟଳ ବିହାରୀ ବାଜପେୟୀଙ୍କ ଆଜି ୯୫ତମ ଜୟନ୍ତୀ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ର ସରକାର କୃଷକଙ୍କ ଆୟ ବୃଦ୍ଧି ଲାଗି ଅଟଳ ଭୂଜଳ ନାମକ ମହତ୍ଵପୂର୍ଣ୍ଣ ଯୋଜନାର ଶୁଭାରମ୍ଭ କରିଛନ୍ତି । ପ୍ରାୟ ୬ ରାଜ୍ୟର ୮,୩୫୦ ଗାଁକୁ ଏହି ଯୋଜନାର ଲାଭ ମିଳିବ।

Namami Gange

@cleanganganmcg

ଅଟଳ ଭୂଜଳ ଯୋଜନାକୁ ମଙ୍ଗଳବାର କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହି ଯୋଜନାର ଲାଭ ୬ଟି ରାଜ୍ୟକୁ ମିଳିବ। ଯୋଜନାରେ ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ, ଗୁଜରାତ, ହରିୟାଣା, ମହାରାଷ୍ଟ୍ର ଓ ରାଜସ୍ଥାନ ସାମିଲ ରହିଛି । କୃଷକଙ୍କ ଆୟ ଦୁଇ ଗୁଣ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡିଛି। କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାବଡ଼େକର କ୍ୟାବିନେଟ ନିଷ୍ପତ୍ତି ଉପରେ କହିଛନ୍ତି, ଜଳର ସମସ୍ୟାର ମୁକାବିଲା ଲାଗି ଅଟଳ ଭୂଜଳ ଯୋଜନାରେ ୫ ବର୍ଷରେ ୬୦୦୦ କୋଟି ଟଙ୍କା ଖର୍ଚ୍ଚ କରିବ। ଏଥିରେ ୩୦୦୦ କୋଟି ଟଙ୍କା କେନ୍ଦ୍ର ସରକାର ଦେବେ। ଯୋଜନାର ଲକ୍ଷ୍ୟ ହେଇଛି ଦେଶର ସେହି ଅଞ୍ଚଳରେ ଭୂଜଳର ସ୍ତର ଉଠାଇବା ରହିଛି, ଯେଉଁ ଅଞ୍ଚଳରେ ଜଳସ୍ତର ହ୍ରାସ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe