୫୦ କିଲୋମିଟର ଦୂରରୁ ବି ଖସି ପାରିବେନି ଶତ୍ରୁ । ଆତଙ୍କୀଙ୍କ ପାଇଁ ଆତଙ୍କ ସାଜି ଆସୁଛି ‘ଆର୍ଟିଲାରୀ ଗନ୍’ । ପାକିସ୍ତାନ-ଚୀନ ସୀମାରେ ସେନା କରିବେ ଶତ୍ରୁ ସଂହାର…

824

କନକ ବ୍ୟୁରୋ: ଗୁଳି ଚାଲିବ, ଶତ୍ରୁ ଥରିବ । ଆତଙ୍କ ରଚିବ ଆର୍ଟିଲାରୀ ଗନ୍ । ସାବଧାନ ଶତ୍ରୁ ! ଭାରତୀୟ ସେନା ହାତରେ ବିସ୍ଫୋରକ ବନ୍ଧୁକ । ପିଲାଳିଆମି କଲେ ପାନେ ଦିଆଯିବ, ଆଖି ଉଠାଇଲେ ଆଖି ପିଛୁଳାକେ ଜବାବ ଦିଆଯିବ । ଦୂର ଦୂରରୁ ଶତ୍ରୁଙ୍କ ଶିବିର ଚିରି ଛାତିରେ ଗୁଳି ଭରିବ ନୂଆ ବ୍ରହ୍ମାସ୍ତ୍ର । ପାଖାପାଖି ୫୦ କିଲୋମିଟର ପଛରୁ ଥାଇ ବି ଧ୍ୱଂସଲୀଳା ରଚିବ ଆଉ ଶତ୍ରୁମାଟିକୁ ଛାରଖାର କରିଦେବ । କାରଣ ମୁହଁତୋଡ ଜବାବ ଦେବାକୁ ସେନାକୁ ମିଳିବାକୁ ଯାଉଛି ଶକ୍ତିଶାଳୀ ଆର୍ଟିଲାରୀ ଗନ୍ ସିଷ୍ଟମ୍ ।

ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହି ବନ୍ଧୁକ ଭାରତକୁ ସୁରକ୍ଷା ଦେବା ସହ ଆତ୍ମନିର୍ଭର ବି କରିଛି । ଡିଆରଡିଓ ଦ୍ୱାରା ବିକଶିତ ହୋବିତେଜର ଟେଡ୍ ଆର୍ଟିଲାରୀ ଗନ୍ ସିଷ୍ଟମ୍ ଭାରତୀୟ ସେନା ବାହିନୀର ଆବଶ୍ୟକତାକୁ ଦୃଷ୍ଟିରେ ରଖି ତିଆରି କରାଯାଇଛି । ଯାହା ଦ୍ୱାରା ୫୦ କିଲୋମିଟର ଦୂରରେ ଥାଇ ବି ଶତ୍ରୁଙ୍କୁ ଟାର୍ଗେଟ କରିପାରିବେ ଯବାନ । ଅଦୃଶ୍ୟ ଗୁଳିର ନିଶାନା ଲଗାଇ ଆତଙ୍କବାଦୀଙ୍କୁ କରିପାରିବେ ନିପାତ । ଆଉ ଏହି ଶକ୍ତିଶାଳୀ ବନ୍ଧୁକକୁ ଟ୍ରାକକୁ ଆଣି ପ୍ରଥମ ପରୀକ୍ଷଣ କରିଛି ଡିଆରଡିଓ । ମହାରାଷ୍ଟ୍ର ଅହମଦନଗର ଡିଆରଡିଓରେ ଆର୍ଟିରାଲୀ ଗନ୍ ସିଷ୍ଟମର ପ୍ରଥମ ଟ୍ରାଏଲ କରାଯାଇଛି । ଆଉ ଭାରତ ମାଟିରେ ବିସ୍ଫୋରକ ବନ୍ଧୁକ ଦେଖି ଶତ୍ରୁ ଦେଶର ଛାତିରେ ଛନକା ପଶିଛି ।

ତେବେ ୨୦୧୩ରେ ଆର୍ଟିରାଲୀ ଗନ୍ ସିଷ୍ଟମର ଆରମ୍ଭ ହୋଇଥିବା ବେଳେ ୬୮ତମ ସାଧାରଣତନ୍ତ୍ର ଦିବସ ୨୦୧୭ରେ ଏହାର ପ୍ରଥମ ଲୁକ୍ ପ୍ରଦର୍ଶିତ କରାଯାଇଥିଲା । ପାକିସ୍ତାନ, ଚୀନ ଭଳି ପାରମ୍ପରିକ ଶତ୍ରୁ ଦେଶକୁ ପାନେ ଚଖାଇବାକୁ ଭାରତୀୟ ସେନା ପାଇଁ ଆର୍ଟିଲାରୀ ଗନ୍ ସିଷ୍ଟମ୍ ଶତ୍ରୁ ସଂହାରକ ସାଜିବ ।