୪ର୍ଥ ପର୍ଯ୍ୟାୟରେ ସଫଳ ହେବ ତ ଓଡିଶା ? ସରକାରଙ୍କୁ ରାସ୍ତା ଦେଖାଇବେ ୩ ଜିଲ୍ଲା: ସୀମାନ୍ତବାସୀଙ୍କୁ ଚାରୋଟି ନିବେଦନ, ନବେ ନୁହେଁ ଶତ ପ୍ରତିଶତ ସଫଳତା ଆଣିବାକୁ ଭଦ୍ରକ, ଯାଜପୁର ଓ ବାଲେଶ୍ୱରବାସୀଙ୍କୁ ଆହ୍ୱାନ

Advertisment
୪ର୍ଥ ପର୍ଯ୍ୟାୟରେ ସଫଳ ହେବ ତ ଓଡିଶା ? ସରକାରଙ୍କୁ ରାସ୍ତା ଦେଖାଇବେ ୩ ଜିଲ୍ଲା: ସୀମାନ୍ତବାସୀଙ୍କୁ ଚାରୋଟି ନିବେଦନ, ନବେ ନୁହେଁ ଶତ ପ୍ରତିଶତ ସଫଳତା ଆଣିବାକୁ ଭଦ୍ରକ, ଯାଜପୁର ଓ ବାଲେଶ୍ୱରବାସୀଙ୍କୁ ଆହ୍ୱାନ

କନକ ବ୍ୟୁରୋ: ରାଜ୍ୟରେ କାୟା ମେଲାଇ ବ୍ୟାପିଚାଲିଛି କରୋନା । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ କରୋନାକୁ ନେଇ ସରକାରଙ୍କ ଚିନ୍ତା ମଧ୍ୟ ଅନୁରୂପ ଭାବେ ବଢିଚାଲିଛି । ତେଣୁ ଏହି ମହାମାରୀକୁ ରୋକିବା ପାଇଁ ହେଲେ ଆମକୁ ସତର୍କ ଏବଂ ସଚେତନ ରହିବାକୁ ପଡିବ । ସେହିଭଳି ରାଜ୍ୟର ମୁଖ୍ୟତଃ ୩ଟି ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଛି । ବିଶେଷ କରି ସୀମାନ୍ତ ଜିଲ୍ଲା ତଥା ଭଦ୍ରକ, ବାଲେଶ୍ୱର ଏବଂ ଯାଜପୁରରେ କରୋନା ଭୟ ବଢିଯାଇଛି । ଏଥିପାଇଁ ଏହିସବୁ ଜିଲ୍ଲାରେ ୬୦ ଘଂଟା ପାଇଁ ସଟଡାଉନ ଘୋଷଣା କରାଯାଇ ତନାଘନା ଜାରି ରହିଛି । କାରଣ ଭୁବନେଶ୍ୱରରେ ସର୍ଟଡାଉନ ଯୋଗୁଁ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଛି ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ।

ବିଶେଷ କରି ଓଡିଶା ଚତୁର୍ଥ ପର୍ଯ୍ୟାୟରେ କେତେ ବାଟ ସଫଳ ହେବ ତାର ରାସ୍ତା ସୀମାନ୍ତ ଜିଲ୍ଲାବାସୀ ତଥା ବାଲେଶ୍ୱର, ଭଦ୍ରକ ଏବଂ ଯାଜପୁର ବାସୀ ମାନେ ହିଁ ଦେଖାଇବେ ବୋଲି କହିଛନ୍ତି ବାଗଚୀ । ରାଜ୍ୟ ବାହାରୁ ଯେତେବେଳେ ୫ ଲକ୍ଷ ଭାଇଭଉଣୀ ଫେରିବେ ସେତେବେଳେ ଏହି ସୀମାବର୍ତ୍ତୀ ଅଂଚଳ ରାଜ୍ୟ ସରକାରଙ୍କୁ ମାର୍ଗଦର୍ଶନ କରିପାରିବେ କି ନାହିଁ ପ୍ରଶ୍ନ କରିଛନ୍ତି ବାଗଚୀ । ତେଣୁ ଲୁଚାଛପା ନୁହେଁ ସକ୍ତ କ୍ୱାରେଂଟାଇନରେ ରୁହନ୍ତୁ । ନିଜ ଖବର ଗ୍ରାମବାସୀ , ପଂଚାୟତ ତଥା ପ୍ରଶାସନକୁ ଆଗୁଆ ଜଣାନ୍ତୁ ଏବଂ ଶିଶୁ ଏବଂ ବୟସ୍କ ବ୍ୟକ୍ତୁଙ୍କୁ ନିରାପଦ ରଖନ୍ତୁ ବୋଲି ସୀମାନ୍ତବାସୀଙ୍କୁ ଆହ୍ୱାନ ଦେଇଛନ୍ତି କୋଭିଡ୍ ମୁଖପାତ୍ର । ସେହିଭଳି ସୀମାନ୍ତ ଜିଲ୍ଲାର ଅଧିବାସୀଙ୍କୁ କରୋନା ନେଇ ଚାରୋଟି ପ୍ରମୁଖ ଦିଗ ଉପରେ ଗୁରୁତ୍ୱ ଦେବାକୁ ନିବେଦନ କରିଛନ୍ତି ରାଜ୍ୟ ସରକାର ।

• ଆଗକୁ ଆସନ୍ତୁ ।

• ଅଲଗା ରୁହନ୍ତି ।

• ଆଶଙ୍କା ତଥା ସନ୍ଦିଗ୍ଧ ଥିଲେ ପରୀକ୍ଷା କରନ୍ତୁ ।

• ସଂକ୍ରମିତ ହୋଇଥିଲେ ସଂସ୍ପର୍ଶରେ ଆସିଥିବା ଲୋକଙ୍କର ତଥ୍ୟ ଦିଅନ୍ତୁ । ନଚେତ ଅନ୍ୟମାନଙ୍କ ପ୍ରତି ଆସିପାରେ ବିପଦ..

ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସର୍ଟଡାଉନ ହେଉ କି ଲକଡାଉନ ହେଉ ୯୦ ପ୍ରତିଶତ ସଫଳତାରେ ଆମେ ଚଳିପାରିବା ନାହିଁ ବା ଆମ ବିପଦ ଘୁଂଚିବ ନାହିଁ...ଏଥିପାଇଁ ଆମକୁ ଶତ ପ୍ରତିଶତ ସଫଳତା ହିଁ ଆଣିବାକୁ ପଡିବ ବୋଲି ଓଡିଶାବାସୀଙ୍କୁ ଆହ୍ୱାନ ଦେଇଛନ୍ତି ରାଜ୍ୟ କୋଭିଟ-୧୯ ମୁଖ୍ୟ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe