କନକ ବ୍ୟୁରୋ: କରୋନା ସଂକ୍ରମଣର ଦ୍ୱିତୀୟ ଲହାରି ଭୟଙ୍କର ରୁପ ନେଇଥିବା ବେଳେ, ଏହା କେବେ କମିବ, ତାକୁ ସାରା ଭାରତବର୍ଷ ଚାହିଁ ରହିଛି । ଆଉ ଭୁତାଣୁର ଧାରା କହୁଛି, ସଂକ୍ରମଣ ଶୀର୍ଷରେ ପହଂଚିଲେ, ସଂଖ୍ୟା କମିବା ଆରମ୍ଭ ହୁଏ ।
- ଦ୍ୱିତୀୟ ଲହରି ଆରମ୍ଭ ହେବା ଦିନଠାରୁ ପ୍ରଥମ ଥର ପାଇଁ ସାପ୍ତାହିକ ସଂକ୍ରମଣର ହାର କମିଛି
-ଫେବୃୟାରୀ ୧୪ରୁ ମେ’ ୮ ତାରିଖ ଭିତରେ ପ୍ରଥମ ଥର ପାଇଁ ପରିବର୍ତନ ଦେଖିବାକୁ ମିଳିଛି
- ସଂକ୍ରମଣରେ ୧୧୮ଟି ମାମଲା କମ ଆସିଛି, ଯାହା ବେଶ ଗୁରୁତ୍ୱ ରଖୁଛି
ଦ୍ୱିତୀୟ ଲହରି ଦେଶ ପାଇଁ ଅଧିକ ଚିନ୍ତାର କାରଣ ହୋଇଥିବା ବେଳେ ଗତ ସପ୍ତାହର ଏହି ତଥ୍ୟ, ସଂକ୍ରମଣ ଶିଖରରେ ମୁହାଁ ହେଉଛି ବୋଲି ଏକ ସଂକେତ ଦେଉଛି କି? ତାକୁ ନେଇ ଏକ ଚର୍ଚ୍ଚା ଆରମ୍ଭ ହୋଇଛି । କିନ୍ତୁ କର୍ଣ୍ଣାଟକ, କେରଳ, ତାମିଲନାଡୁ ଏବଂ ଆନ୍ଧ୍ର ପ୍ରଦେଶ ଭଳି ରାଜ୍ୟରେ ସଂକ୍ରମଣ ବଢ଼ି ଚାଲିଛି । ଯାହା, ସଂକ୍ରମଣ ଶିଖରରେ ପହଂଚିବାକୁ ଗଲାଣି ନା ନାହିଁ ତାକୁ ନେଇ ଦ୍ୱନ୍ଦ୍ୱ ବଢ଼ାଉଛି ।
- ଏପ୍ରିଲ ୨୪ରୁ ମେ’ ୧ ତାରିଖ ଥିବା ସପ୍ତାହରେ ୬୧ ହଜାର ୧୭୩ ମାମଲା ବଢ଼ିଥିଲା
- ଏପ୍ରିଲ ୧୭ରୁ ଏପ୍ରିଲ ୨୪ ତାରିଖ ଥିବା ସପ୍ତାହରେ ୧ ଲକ୍ଷ ୬ ହଜାର ୨୪ ମାମଲା ବଢିଥିଲା
- କିନ୍ତୁ ଗତ ସପ୍ତାହର ସଂକ୍ରମଣ କମିଛି, ଯାହା ଫେବୃୟରୀ ୧୪ ତାରଖି ପରେ ପ୍ରଥମ ଘଟଣା
ସାପ୍ତାହିକ ସଂକ୍ରମଣର ଏହି ତଥ୍ୟ ଭିତରେ ସଂକ୍ରମଣ ଶିଖରରେ ପହଂଚିବାକୁ ଯାଉଛି ନା ନାହିଁ ତାହା ସ୍ପଷ୍ଟ କହିବା ବର୍ତମାନ ସମୟରେ ହୁଏତ ସଂଭବ ନୁହେଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2021/05/b49bba63-0050-4cab-a9a4-1deaf73edd18.jpg)