ବଜାରରେ ଆଳୁ ଦର ଆକାଶ ଛୁଆଁ। ସରକାରଙ୍କ ହସ୍ତକ୍ଷେପ ପରେ ବି ଦରରେ ଲଗାମ ଲାଗୁନି। କେବେ ସ୍ବାଭାବିକ ହେବ ସ୍ଥିତି ଏହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଖାଉଟି। ରାଜଧାନୀରେ ୬୦ ଟଙ୍କାରେ ବିକ୍ରି ହେଉଛି ଆଳୁ। ଭୁବନେଶ୍ବର ବଜାରରୁ ଏକପ୍ରକାର ଆଳୁ ଉଭାନ ହେଲାଣି। ହାତଗଣତି କିଛି ଦୋକାନରେ ଆଳୁ ବିକ୍ରି ହେଉଛି। ପରିବା ବୋଝେଇ ଟ୍ରକରେ ଆସୁଛି ଆଳୁ।

Advertisment

ଉତ୍ତରପ୍ରଦେଶ ଆଳୁର ଗ୍ରହଣୀୟତା ନାହିଁ କି ବେଶୀ ଦିନ ରହିପାରୁନି। ତେଣୁ ଆଳୁ ସେଠୁ ଆଣିବାକୁ ପସନ୍ଦ କରୁନାହାନ୍ତି ଗୋଦାମ ମାଲିକ। ବଜାରରେ ଆଳୁର ମୂଲ୍ୟ ବୃଦ୍ଧି ସହ ଆଳୁ ବଜାରରୁ ଉଭାନ ହେବାରେ ଲାଗିଛି। ପ୍ରତ୍ୟେକ ଦିନ ୫ ହଜାର ଟନ ଆଳୁର ଆବଶ୍ୟକତା ପଡୁଥିବା ବେଳେ ଏବେ ଯଥେଷ୍ଠ ଆଳୁ ଗୋଦାମରେ ମହଜୁଦ ନାହିଁ। ଗତକାଲି ମାତ୍ର ୪୦ଟି ଆଳୁ ଗାଡି ଓଡିଶାକୁ ଆସିଛି। ଭୁବନେଶ୍ବରକୁ ୫ଟି ଆଳୁ ଗାଡ଼ି ଆସିଛି । ଜାଣନ୍ତୁ ଆଳୁ ଦର କେଉଁଠି କେତେ

ଆଳୁ ଦର

କେଉଁଠି କେତେ?

ଭୁବନେଶ୍ୱର: ୧ କେ.ଜି.- ୬୦ଟଙ୍କା

କଟକ: ୧ କେ.ଜି.- ୫୦-୬୦ଟଙ୍କା

ବ୍ରହ୍ମପୁର: ୧ କେ.ଜି.- ୪୫ଟଙ୍କା

ସମ୍ୱଲପୁର: ୧ କେ.ଜି.- ୩୫-୪୦ଟଙ୍କା

ବାଲେଶ୍ୱର: ୧ କେ.ଜି.- ୪୦-୪୫ଟଙ୍କା