କନକ ବ୍ୟୁରୋ : ଦକ୍ଷତା ବିକାଶ ମନ୍ତ୍ରାଳୟ ଅଧିନରେ କୋକାକୋଲା ଇଣ୍ଡିଆ ଓ ଜାତୀୟ ଦକ୍ଷତା ବିକାଶ ନିଗମ ପକ୍ଷରୁ ଖୁଚୁରା ବ୍ୟବସାୟୀ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ସୋଆ ବିଶ୍ୱବିଦ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ର ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି । ଖୁଚୁରା ବ୍ୟବସାୟୀମାନଙ୍କୁ ମିଳିବ ସୁପର ପାୱାର ରିଟେଲର ମାନ୍ୟତା । ବ୍ୟବସାୟୀମାନେ କେମିତି ଅଧିକ ଦକ୍ଷ ହେବା ସହ ନିଜ ବ୍ୟବସାୟ ପରିସର ଓ ଲାଭକୁ ବୃଦ୍ଧି କରିପାରିବେ, ସେ ନେଇ ତାଲିମ ଦେବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଏଥିରେ ଶତାଧିକ ଖୁଚୁରା ବ୍ୟବସାୟୀ ଯୋଗ ଦେଇଛନ୍ତି ।
କୋକାକୋଲା ଇଣ୍ଡିଆ ଓ ଜାତୀୟ ଦକ୍ଷତା ବିକାଶ ପକ୍ଷରୁ କାର୍ଯ୍ୟକ୍ରମ : ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
/kanak/media/post_attachments/wp-content/uploads/2023/10/jhumnjuhmn.jpg)