କାଙ୍କଣ ଶିଖରୀରେ ଭକ୍ତ ଦେଖିଲେ ନିଆରା ଘୋଷଯାତ୍ରା। ନନ୍ଦିଘୋଷ ଡ଼ଙ୍ଗାରେ ବସି ଚିଲିକାରେ ଥିବା ଟାପୁ ଉପରକୁ ଗଲେ ବଡଠାକୁର।

107

କନକ ବ୍ୟୁରୋ: ବଡ଼ଦାଣ୍ଡ ପାଲଟିଲା ଚିଲିକାର ଜଳରାଶି । ନନ୍ଦିଘୋଷ ଡ଼ଙ୍ଗାରେ ବସି ଶ୍ରୀଜିଉଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଛି । ଜଗନ୍ନାଥଙ୍କ ଲିଳାକ୍ଷେତ୍ର କୁହାଯାଉଥିବା କାଙ୍କଣ ଶିଖରରେ ଭକ୍ତ ଦେଖିଛନ୍ତି ନିଆରା ଢଙ୍ଗରେ ଘୋଷଯାତ୍ରା । ଖୋର୍ଦ୍ଧ ଜିଲ୍ଲା ନଇରି ଗାଁ ନିକଟ ଚିଲିକା ହ୍ରଦର ଜଳରାଶିରେ ଏକ ଟାପୁ ରହିଛି । ଯାହାର ନାଁ କାଙ୍କଣ ଶିଖରୀ । ଏହା ଏକ ପବିତ୍ର ଆଧ୍ୟାତ୍ମିକସ୍ଥଳୀ । ଏହି ସ୍ଥାନ ଜଗତରନାଥ ପ୍ରଭୁ ଜଗନ୍ନାଥଙ୍କ ଲିଳାକ୍ଷେତ୍ର ଭାବେ ପରିଚିତ । ମୋଗଲ ତକି ଖାଁ ଯେତେବେଳେ ଜଗନ୍ନାଥଙ୍କ ଉପରେ ଆକ୍ରମଣ କରିଥିଲେ ସେତେବେଳେ ଦଇତାପତି ମାନେ ପ୍ରଭୁ ଜଗନ୍ନାଥଙ୍କୁ ପାରିକୁଦର ଗୁରୁବାଇକୁ ନେଇଥିଲେ । ସେଠାରେ ଗୋଟିଏ ରାତି ରହିବା ପରେ ନଇରୀ ନିକଟ ଏକ କୁଦରେ ରଖିଥିଲେ । ସେଠାରେ ଭୋଗଲାଗି ପାଇଁ କୌଣସି ସୁବିଧା ନଥିଲା ।

କେବଳ କାଙ୍କଡ଼ ଫଳ ବ୍ୟତୀତ ଅନ୍ୟ କିଛି ନଥିଲା । ତେଣୁ ସେଠାରେ କାଙ୍କଡ଼ ଭୋଗ ଲାଗି ହେଉଥିଲା । ସେବେଠାରୁ ଏହି ସ୍ଥାନରୁ ଶ୍ରମନ୍ଦିରକୁ କାଙ୍କଣ ଯାଇଥାଏ । ଏଥିପାଇଁ ଏକ ସ୍ୱତନ୍ତ୍ର ପରିବାରକୁ ନିଯୋଗ କରାଯାଇଛି । ପରବର୍ତ୍ତୀ ମୁହୁର୍ତରେ ଜଣେ ସ୍ଥାନୀୟ ଭକ୍ତଙ୍କୁ ସ୍ୱପ୍ନାଦେଶ ହେବାପରେ ଜଗନ୍ନାଥଙ୍କ ନିଟକରୁ ଏକ ରଥ ଚକ ଆଣି ଏଠାରେ ପୂଜାଚର୍ଚ୍ଚନା କରାଯାଉଛି । ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କୁ ପୂଜାର୍ଚ୍ଚନା କରାଯାଉଛି । ଗଜପତି ମହାରାଜା ମଧ୍ୟ ଏହି ସ୍ଥାନକୁ ଆସିଛନ୍ତି । ଏହି ସ୍ଥାନଟି କାଙ୍କଣ ଶିଖରୀ ନାମରେ ପରିଚିତ । ଏଠାରେ ଜଗନ୍ନାଥଙ୍କ ପ୍ରତେକ ରୀତିନୀତି କରାଯାଏ । ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ଭକ୍ତଙ୍କ ସମାଗମ ହୋଇଥାଏ ।