ଦେଶ ତୁଳନାରେ ଓଡିଶାରେ ସୁସ୍ଥ ହାର ଅଧିକ ଓ ମୃତ୍ୟୁ ହାର କମ୍ : ସର୍ବଭାରତୀୟ ସ୍ତରରେ ସୁସ୍ଥ ହାର ୬୧.୬୯ ପ୍ରତିଶତ ଥିବାବେଳେ ଓଡିଶାରେ ୬୨ .୪୪; ମୃତ୍ୟୁ ହାର ୨.୧୬ ଥିବାବେଳେ ଓଡିଶାରେ ଶୂନ ଦଶମିକ ୫୪ ପ୍ରତିଶତ

197

କନକ ବ୍ୟୁରୋ : ଭାରତ ଅପେକ୍ଷା ଓଡିଶାରେ କରୋନା ଆକ୍ରାନ୍ତ ବୃଦ୍ଧି ହାର ଅଧିକ । ତଥ୍ୟ ଅନୁସାରେ, ଭାରତରେ ପଜିଟିଭ୍ ହାର ୯ ଦଶମିକ ଛଅ ନଅ ପ୍ରତିଶତ ଥିବାବେଳେ ଓଡିଶାରେ ଏହି ହାର ୧୬ଦଶମିକ ୧୧ ପ୍ରତିଶତ ରହିଛି । ସେହିପରି ଦୈନିକ ଆକ୍ରାନ୍ତଙ୍କ ବୃଦ୍ଧି ହାର ଭାରତରେ ୩ ଦଶମିକ ୬ ପ୍ରତିଶତ ଥିବାବେଳେ ଓଡିଶାରେ ଏହା ୫ ଦଶମିକ ନଅ ଏକ ପ୍ରତିଶତ ରହିଛି । ତେବେ ଓଡିଶାରେ ଭାରତ ଅପେକ୍ଷା ସୁସ୍ଥ ହାର ଅଧିକ ରହିଛି । ଭାରତରେ ୬୧ ଦଶମିକ ଛଅ ନଅ ପ୍ରତିଶତ ସୁସ୍ଥ ହେଉଥିବାବେଳେ ଓଡିଶାରେ ସୁସ୍ଥ ହେଉଛନ୍ତି ୬୨ ଦଶମିକ ଚାରି ଚାରି ପ୍ରତିଶତ ।

ସେହିପରି ଓଡିଶାରେ ସର୍ବଭାରତୀୟସ୍ତର ଅପେକ୍ଷା ମୃତ୍ୟୁ ହାର କମ୍ ରହିଛି । ସର୍ବଭାରତୀୟ ସ୍ତରରେ ମୃତ୍ୟୁ ହାର ୨ ଦଶମିକ ୧୬ ପ୍ରତିଶତ ରହିଥିବାବେଳେ ଓଡିଶାରେ ଶୂନ ଦଶମିକ ୫୪ପ୍ରତିଶତ ରହିଛି । ଯାହାକି ଓଡିଶା ପାଇଁ ଏକ ଭଲ ଖବର । ତେବେ ଓଡିଶାରେ ସର୍ବଭାରତୀୟ ସ୍ତର ଅପେକ୍ଷା କମ ରହିଛି ଟେଷ୍ଟ ହାର । ଭାରତରେ ପ୍ରତି ୧ଲକ୍ଷରେ ୧୨୧୭ ନମୁନା ପରୀକ୍ଷା କରାଯାଇଥିବାବେଳେ ଓଡିଶାରେ ୧ ହଜାର ୪୮ ଟି ନମୁନା ପରୀକ୍ଷା କରାଯାଇଛି ।