ରାଜରାସ୍ତା କଡରେ ପାଠ ପାଇଁ ସଂଘର୍ଷ କରୁଛି କୁନି ପୁଅ । ପରିବା ବିକୁଛି, ପାଠ ପଢିବାକୁ ପଣ କରିଛି, ଏ କାହାଣୀ ଆପଣଙ୍କ ହୃଦୟକୁ କିଣିନେବ ।

178

କନକ ବ୍ୟୁରୋ : ବଡ ମଣିଷ ହେବାର ସ୍ୱପ୍ନ ପିଲାଟି ଦିନରୁ ସମସ୍ତେ ଦେଖିଥାନ୍ତି । କିନ୍ତୁ ଗରିବ ପିଲାଟିଏ ପାଠ ପଢିବା ପାଇଁ କେତେ ଯେ ସଂଘର୍ଷ କରେ ବିଗତ ଦିନରେ ସେମିତି ଅନେକ କାହାଣୀ ରହିଛି । ଆଜି ଆମେ ଆପଣଙ୍କୁ ସେମିତି ଏକ କାହାଣୀ କହିବୁ, ଯାହା ଆପଣଙ୍କ ହୃଦୟକୁ କିଣିନେବ ।

ମୁଁ ପାଠ ପଢିବି । ବଡ ମଣିଷ ହେବି । କାଳିଆ ଘୋଡାରେ ଚଢି ମଧୁବାବୁ ସାଙ୍ଗେ ଲଢିବି । କୁନି ମନରେ ମଧୁବାବୁଙ୍କ ଏହି ଉକ୍ତିଟିକୁ ମନେ ରଖି ପାଠ ପଢୁଛି ଏହି କୁନି ପିଲାଟି ।

ପରିବା ବିକିଲେ ପାଠ ପଢିବ କୁନି ପୁଅ । ଫଟୋରେ ଆପଣ ଯେଉଁ ପିଲାଟିକୁ ଦେଖୁଛନ୍ତି, ତା ନାଁ ହେଉଛି, ପୁଷ୍ପେନ୍ଦ୍ର ସାହୁ । ୧୩ ବର୍ଷର ଏହି କୁନି ପୁଅଟି ସପ୍ତମ ଶ୍ରେଣୀରେ ପାଠ ପଢେ । ଗରିବ ଘରେ ଜନ୍ମ ହୋଇଥିବାରୁ ପାଠ ପଢିବାରେ ଅନେକ ବାଧା ସୃଷ୍ଟି ହୋଇଛି । ପାଠ ପଢିବାକୁ ହେଲେ ଟଙ୍କା ତ ନିହାତି ଦରକାର । ଆଉ ସେଇଥିପାଇଁ ତ ରାସ୍ତାକଡରେ ପରିବା ବିକୁଛି ଏହି କୁନିପିଲାଟି । ଆଉ ସେଥିରୁ ଯେଉଁ ଦୁଇ ପଇସା ରୋଜଗାର ହେଉଛି, ସେଥିରେ ପାଠ ପଢିବା ସହ ଘର ଖର୍ଚ୍ଚ ମଧ୍ୟ ବହନ କରୁଛି ।

ସୋସିଆଲ୍ ମିଡିଆରେ ଭାଇରାଲ ହୋଇଥିବା ଏହି ଫଟୋଟିକୁ ଆଇଏଏସ୍ ଅଧିକାରୀ ଅବନିଶ ସରଣ ନିଜ ଟ୍ୱିଟର ପେଜରେ ସେୟାର କରିଛନ୍ତି । ଫଟୋ ସେୟାର କରି ଏହି ଆଇଏଏସ ଅଫିସର ଜଣଙ୍କ ଲେଖିଛନ୍ତି, ନିଆଁ ଯେଉଁଠି ବି ଥାଉ, ଜଳିବା ଦରକାର ।

ତେବେ ବଡ କଥା ହେଉଛି, ଏହି ଫଟୋ ସେୟାର ହେବାର କିଛି ସମୟ ମଧ୍ୟରେ ୩୦ ହଜାରରୁ ଅଧିକ ଲାଇକ୍, ଏବଂ ୩ ହଜାରରୁ ଅଧିକ ଥର ରି-ଟୁଇଟ୍ କରାଯାଇଛି । ଆଉ କୁନି ପିଲାଟି ପରିବା ବିକିବା ସହ ପାଠ ପଢୁଥିବାର ଏହି ଦୃଶ୍ୟ ଦେଖି ଲୋକମାନେ ମଧ୍ୟ ପ୍ରଂଶସା କରିଛନ୍ତି ।