କନକ ବ୍ୟୁରୋ : ରାତି ହେଲେ ଥାନାରେ ଝୁଲୁଛି ତାଲା । କଟକ ଜିଲ୍ଲା ନିଆଳି ଥାନା ଅଧିନରେ ଥିବା କସର୍ଦା ଫାଣ୍ଡିର ରାତି ପ୍ରାୟ ୨ଟା ସମୟର ଚିତ୍ର ଏବେ ଆପଣଙ୍କ ଟିଭି ସାମ୍ନାରେ ରହିଛି । ଫାଣ୍ଡି ଆଗରେ କେବଳ ଇଲେକ୍ଟ୍ରି ବଲ ଜଳୁଛି । ଖାଲି ଫାଣ୍ଡି ନୁହଁ ନିଆଳି ଥାନାରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା । ଥାନା ସପୂର୍ଣ୍ଣ ଅନ୍ଧାର ରହିଛି । ସେଠାରେ କେହି ପୁଲିସ ବାବୁଙ୍କର ଦେଖା ମିଳି ନଥିଲା ।
ତେବେ ନିଆଳି ବଜାରରେ କିନ୍ତୁ ପୁଲିସ ବାବୁ ଡିୟୁଟି କରୁଥିବା ଦେଖିବାକୁ ମିଳିଥିଲା । ରାସ୍ତା କଡର ଏକ ଦୋକାନ ବାରଣ୍ଡା ବସିଥିଲେ ୪ଜଣ ହୋମଗାର୍ଡ । ଆଉ କିଛି ଦୁରରେ ଆଉ ଜଣେ ହୋମଗାର୍ଡ ବସିଥଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/11/7-2.jpg)