ସ୍କୁଲରୁ ଅସ୍ତ୍ରଶସ୍ତ୍ର ଜବତ । ହସ୍ପିଟାଲରେ ମାଳ ମାଳ ବିସ୍ଫୋରକ, ହମାସର ପ୍ଲାନ ଉପରୁ ଉଠୁଛି ପରଦା

135

କନକ ବ୍ୟୁରୋ : ଉତରଗାଜାର ଯେଉଁଠି ଚାଲିଛି ହମାସ ଓ ଇସ୍ରାଏଲ ସେନା ମଧ୍ୟରେ ଘମାଘୋଟ ଲଢେଇ ସେଠାରୁ ଆସିଛି ଏହି ଚିତ୍ର । ଆତ୍ମରକ୍ଷା ଓ ଇସ୍ରାଏଲସେନା ମାତ ଦେବା ପାଇଁ ନିରୀହ ନାଗରିକଙ୍କ ଢ଼ାଲ କରିଛି ହମାସ । ସହେନ୍ଦ ଘେରରୁ ନଆସିବା ପାଇଁ ହସ୍ପିଟାଲ, ସ୍କୁଲ ଓ ଧର୍ମସ୍ଥାନକୁ ବନାଇଛି ମୁଖ୍ୟ ଆଡ୍ଡା । ତେବେ ଇସ୍ରାଏଲ ସେନା ଛାନଭିନ ଜୋରଦାର କରୁଥିବାବେଳେ ଧିରେ ଧିରେ ହମାସ ପ୍ଲାନ ଉପରୁ ପରଦା ଉଠୁଛି । ଏପରିକି ନୀରିହ କୁନି ଶିଶୁଙ୍କ ମାରିବାକୁ ମଧ୍ୟ ପଛାଉନି ହମାସ ।

ଶୁକ୍ରବାର ରାତିରେ ଗାଜାର ଶରଣାର୍ଥୀ ଶିବିର ଉପରେ ଏୟାରଷ୍ଟ୍ରାଇ କରିଛି ଇସ୍ରାଏଲ ସେନା । କିଛି ଚିତ୍ର ହିଁ ବୟାନ କରୁଛି ପ୍ରଚଣ୍ଡ ଆକ୍ରମଣରେ କେମିତି ଛାରଖାର ହୋଇଛି ଶିବିର । ଭଙ୍ଗା ଚଟାଣ ତଳୁ କିଏ ନିଜ ସର୍ମ୍ପକୀୟଙ୍କୁ ଖୋଜୁଛି ତ କିଏ ଅପେକ୍ଷା କରିବସି ରହିଛି ଫେରିବା ବାଟକୁ ।ଯେଉଁ ସ୍ଥାନକୁ ସୁରକ୍ଷିତ ମଣି ଶହ ଶହ ଲୋକ ଏଠାରେ ଆଶ୍ରୟ ନେଇଥିଲେ ତାହ ମୃ୍ତ୍ୟର କୂଅଁ ପାଲଟିଛି । ସୂଚନା ଅନୁସାରେ ଶରଣାର୍ଥୀ ଶିବିରରେ ହମାସ ଆତଙ୍କୀ ଲୁଚି ରହିଥିବା ଖବର ପାଇଁ ଇସ୍ରାଏଲ କରିଛି ଏୟାରଷ୍ଟ୍ରାଇକ ।

ପ୍ରତିଶୋଧ ପରାୟଣ ଇସ୍ରାଏଲ ସବୁ ମାନବିକତା ସତେ ଭୁଲି ଯାଇଛି । ହମାସକୁ ନିପାତ ଲକ୍ଷ୍ୟରେ ଯାଉଛି ଶହ ଶହ ନିରୀହ ଲୋକଙ୍କ ଜୀବନ । ମିଳିତ ଜାତିସଂଘର ଇସ୍ରାଏଲକୁ ଯୁଦ୍ଧ ବନ୍ଦ କରିବାକୁ ପୁଣି ଅପିଲ କରିଛି । ମିଳିତ ଜାତିସଂଘ ଅଧିକାରୀ ମାର୍ଟିନ ଗିଫଥ ଲୋକଙ୍କ ମାରିବା ଯୁଦ୍ଧ ଅପରାଧ, ମାନବାଧିକାର ନିୟମର ଉଲ୍ଲଂଘନ । ଏଥିରୁ ନିବୃତ ରହୁ ଇସ୍ରାଏଲ ।

ଇସ୍ରାଏଲ ହମାସ ଯୁଦ୍ଧ ଭିତରେ ବଳି ପଡୁଛି ହସ୍ପିଟାଲରେ ଥିବା ରୋଗୀ ଓ ଆଶ୍ରୟ ନେଇଥିବା ଲୋକ । ଗୋଟେପଟେ ଖାଦ୍ୟ,ବିଜୁଳି, ଔଷଧ, ଚିକିତ୍ସା ଅଭାବ ଓ ଅନ୍ୟପଟେ ଆକ୍ରମଣ । ପ୍ରତିକ୍ଷଣରେ ଯାଉଛି ଜୀବନ । ଅଲଶିଫା ହସ୍ପିଟାଲ କର୍ତୁପକ୍ଷ କହିଛନ୍ତି ରୋଗୀଙ୍କୁ ସ୍ଥାନାନ୍ତର କରିବା ଅସମ୍ଭବ । କାରଣ ଇସ୍ରାଏଲ ସେନା ହସ୍ୱିଟାଲରୁ ରୋଗୀଙ୍କୁ ସ୍ଥାନାନ୍ତର କରିବାକୁ କେବଳ ଗୋଟିଏ ଘଂଟା ସମୟ ଦେଇଛି ।

ଗାଜାବାସୀଙ୍କ ପାଇଁ ଅଷ୍ଟ୍ରେଲିଆ ଫୁଟବଲ ଟିମ ଡୋନେଟ କରିଛି ମ୍ୟାଚ ଫି । ସେପଟେ ଇସ୍ରାଏଲ ନରସଂହାର ଓ ପାଲେଷ୍ଟାଇନବାସୀଙ୍କ ସମର୍ଥନର ଅଧିକାଂଶ ରାଷ୍ଟ୍ର ବିରୋଧ ପ୍ରଦର୍ଶନ ଜାରି ରଖିଛନ୍ତି ।