ତାଇୱାନରେ ବଡ ଦୁର୍ଘଟଣା, ୧୩ ମହଲା କୋଠାରେ ନିଆଁ ଲାଗି ୪୬ ମୃତ

94

କନକ ବ୍ୟୁରୋ : ଦକ୍ଷିଣ ତାଇୱାନର ଏକ ୧୩ ମହଲା କୋଠାରେ ନିଆଁ ଲାଗିଯିବା ଫଳରେ ୪୬ ଜଣଙ୍କ ମୃତ୍ୟୁ ହେବା ସହ ଅନେକ ଲୋକ ନିଆଁରେ ପୋଡି ହୋଇ ଗୁରୁତର ହୋଇଛନ୍ତି । କାଓଶୁଙ୍ଗ ସହର ଦମକଳ ବିଭାଗର ଅଧିକାରୀ କହିଛନ୍ତି କି ପାଖା ପାଖି ଦିନ ୩ ଟା ବେଳେ ଏହି କୋଠାରେ ନିଆଁ ଲାଗିଥିବା ନେଇ ତାଙ୍କ ପାଖରେ ସୂଚନା ପହଂଚିଥିଲା । ଏହି ନିଆଁରେ ପୋଡି ହୋଇ ଅନେକ ଲୋକ ମୃତ୍ୟୁବରଣ କରିଛନ୍ତି । ସେପଟେ ଅଧିକାରୀଙ୍କ ସୂଚନା ମୁତାବକ ମେଡିକାଲକୁ ୫୫ ଜଣ ଲୋକଙ୍କୁ ନିଆଯାଇଥିବା ବେଳେ ତାଙ୍କ ମଧ୍ୟରୁ ୧୪ ଜଣ ଲୋକ ପ୍ରାଣ ହରାଇଛନ୍ତି ।

ଦମକଳ ବିଭାଗର ସୂଚନା ମୁତାବକ ସମସ୍ତ ମୃତକଙ୍କ ଶବକୁ ଶବଗୃହରେ ରଖାଯାଇଛି । ଅନ୍ୟପଟେ କୋଠାରୁ ନିଆଁ ଲିଭାଇବା ସହ କୋଠା ଭିତରେ ଫଶି ରହିିଥିବା କିଛି ଲୋକଙ୍କ ଉଦ୍ଧାର କରିବାକୁ ଉଦ୍ୟମ ଜାରି ରଖିଛି ଦମକଳ ବିଭାଗ ।

ଦମକଳ ବିଭାଗର ଅଧିକାରୀ କହିଛନ୍ତି କି ନିଆଁ ଲାଗିବାର କାରଣ ସ୍ପଷ୍ଟ ହୋଇନଥିବା ବେଳେ କୋଠାରେ ଭୀଷଣ ନିଆଁ ଲାଗିଯାଇଥିଲା । ଅନ୍ୟପଟେ ସ୍ଥାନୀୟ ଲୋକଙ୍କ କହିବା ମୁତାବକ ଦିନ ୩ ଟା ବେଳେ ହଠାତ କୋଠା ଭିତରୁ ଏକ ପ୍ରଚଣ୍ଡ ଶବ୍ଦ ଶୁଣିବାକୁ ମିଳିଥିଲା । ଏହାପରେ କୋଠାରୁ ଧୂଆଁ ଦେଖା ଯାଇଥିଲା ।

ଅନ୍ୟପଟେ ନିଆଁ ଲାଗିଥିବା କୋଠାର ପାଖାପାଖି ଅଞ୍ଚଳରେ ଏକ ପେଟ୍ରୋଲ ପମ୍ପ ଥିବାରୁ ସ୍ଥାନୀୟ ଲୋକଙ୍କୁ ପ୍ରଶାସନ ପକ୍ଷରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।