ଯମୁନା ନଦୀରେ ଡଙ୍ଗା ଓଲଟି ୨୦ ଜଣଙ୍କ ମୃତ୍ୟୁ ଆଶଙ୍କା : ୪ଜଣଙ୍କ ମିଳିଲା ମୃତଦେହ, ୧୬ ନିଖୋଜଙ୍କ ମିଳିନି ପତ୍ତା

317

କନକ ବ୍ୟୁରୋ : ଯମୁନା ନଦୀରେ ଡଙ୍ଗା ଓଲଟି ୨୦ ଜଣଙ୍କ ମୃତ୍ୟୁ ଆଶଙ୍କା । ବର୍ତ୍ତମାନ ସୁଦ୍ଧା ୪ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ୧୬ ଜଣ ନିଖୋଜ ଅଛନ୍ତି । ଏହି ନୌକାରେ ୩୫ ଜଣ ଯାଉଥିବା ବେଳେ ପ୍ରବଳ ପବନ ଯୋଗୁଁ ନଦୀରେ ଏହା ଓଲଟି ପଡ଼ିଥିଲା । ତେବେ ନୌକା ଚାଳକକୁ ଅଟକ ରଖାଯାଇଛି ।

ରକ୍ଷା ବନ୍ଧନ ଅବସରରେ ଗୁରୁବାର ଦିନ ପ୍ରାୟ ୩୫ ଜଣ ଯାତ୍ରୀ ଅପରାହ୍ନ ୩ଟା ସମୟରେ ବାନ୍ଦା ଜିଲ୍ଲାର ମାର୍କା ଅଞ୍ଚଳରୁ ଜରୌଲି ଘାଟକୁ ଯିବା ସମୟରେ ଏହି ଅଘଟଣ ଘଟିଛି । ପୁଲିସ ଟିମ୍‌ ଦ୍ୱାରା ୧୫ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରହିଛି ।