ତାମିଲନାଡୁରେ ମୁଣ୍ଡ ନେଉଛି ବିଷାକ୍ତ ମଦ । ୩୭ ମୃତ, ୬୦ରୁ ଅଧିକ ଅସୁସ୍ଥ ।

Advertisment
ତାମିଲନାଡୁରେ ମୁଣ୍ଡ ନେଉଛି ବିଷାକ୍ତ ମଦ । ୩୭ ମୃତ, ୬୦ରୁ ଅଧିକ ଅସୁସ୍ଥ ।

କନକ ବ୍ୟୁରୋ: ତାମିଲନାଡୁରେ ବିଷାକ୍ତ ମଦ ନେଲା ୩୭ ଜଣଙ୍କ ଜୀବନ । ବିଷାକ୍ତ ମଦ ପିଇ ୩୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬୦ରୁ ଅଧିକ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ତାମିଲନାଡୁ କଲ୍ଲାକୁରିଚି ଜିଲ୍ଲାପାଳ ଏହି ସୂଚନା ଦେଇଛନ୍ତି । ମୃତ୍ୟୁ ସଂଖ୍ୟା ବଢିବାର ସମ୍ଭାବନା ରହିଛି ।

ତେବେ ଘଟଣାରେ ମଦ ବିକ୍ରେତା ଗିରଫ ହୋଇଥିବା ବେଳେ ଜବତ ହୋଇଛି ୨୦୦ ଲିଟରରୁ ଅଧିକ ମଦ । ମୁଖ୍ୟମନ୍ତ୍ରୀ ଏମ୍. କେ ଷ୍ଟାଲିନ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି । କେଉଁ କାରଣ ପାଇଁ ଏପରି ବିଷାକ୍ତ ମଦ ବଜାରକୁ ଆସିଲା ଏବଂ ଏହାକୁ ରୋକିବା ପାଇଁ ନିୟୋଜିତ ଥିବା ସରକାରୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଷ୍ଟାଲିନ୍ ଏକ୍ସରେ କହିଛନ୍ତି ।

ସେପଟେ ଜବତ ହୋଇଥିବା ମଦରେ 'ମିଥାନୋଲ'ର ମିଶ୍ରଣ ରହିଥିବା ଅଭିଯୋଗ ରହିଛି । ସରକାରଙ୍କ ସୂଚନା ଅନୁଯାୟୀ, ଏହାକୁ ପିଇବା ପରେ ପୀଡ଼ିତମାନେ ପ୍ରଥମେ ବାନ୍ତି ଓ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe