ଜଙ୍ଗଲରେ ରକ୍ତମୁଖା ନକ୍ସଲଙ୍କ ନିପାତ କଲେ ଯବାନ । ଏନକାଉଣ୍ଟର ସ୍ଥଳରୁ ବିପୁଳ ମାରଣାସ୍ତ୍ର ଜବତ

160

କନକ ବ୍ୟୁରୋ : ସାମନାକୁ ଆସିଛି ମହାରାଷ୍ଟ୍ରର ଗଡଚିରୋଲିରେ ମୃତ ମାଓବାଦୀଙ୍କ ଭିଜୁଆଲ । ଯେଉଁଠି ମାଓବାଦୀଙ୍କ ମୃତ ଦେହ ଧାଡିରେ ରଖାଯାଇଛି । ଗଡ଼ଚିରୋଲି ଏନକାଉଂଟର ପରେ ୨୬ ମାଓବାଦୀଙ୍କ ମୃତଦେହ ନେଇ ଫେରିଛନ୍ତି ଯବାନ । ଏଥିସହ ମାଓବାଦୀ ବ୍ୟବହାର କରୁଥବା ଅସ୍ତ୍ରଶସ୍ତ୍ର, ବନ୍ଧୁକ, ଅଫୁଟା ଗୁଳି ଆଦି ଜବତ ହୋଇଛି । ସେଥିରେ ରହିଛି, ୫ଟି ଏକେ-୪୭, ଗୋଟିଏ ୟୁବିଜିଏଲ୍, ୯ଟି ଏସ୍ଏଲ୍ଆରଏସ୍, ଗୋଟିଏ ଇନସାସ୍, ତିନିଟି ଥ୍ରୀ ନଟ୍ ଥ୍ରୀ ରାଇଫଲ । ମୃତ ମାଓବାଦୀଙ୍କ ମଧ୍ୟରେ ୬ ଜଣ ମହିଳା ରହିଛନ୍ତି ।

ନକ୍ସଲ ନେତା ମିଲିନ୍ଦ ତେଲତୁମଡେ ନିହତ ହୋଇଛି । ତା ମୁଣ୍ଡ ଉପରେ ୪୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ସେହିପରି ମଙ୍ଗୁ କୋଡିୟମ୍ ଉପରେ ୨୦ ଲକ୍ଷ, କୋରଚି ଦଲମର କମାଣ୍ଡର କିଷନ ଉପରେ ୮ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା । ଅପରେସନ୍ ବେଳେ ଅପରେନସରେ ୪ ଜଣ ଜବାନ ବି ଆହତ ହୋଇଛନ୍ତି । ସେମାନଙ୍କୁ ନାଗପୁରର ଏକ ହସ୍ପିଟାଲରେ ଭର୍ତି କରାଯାଇଛି । ମହାରାଷ୍ଟ୍ର ପୁଲିସର କମାଣ୍ଡୋ ଟିମକୁ କୌଣସି ସୁତ୍ରରୁ ଖବର ମିଳିଥିଲା ଛତିଶଗଡ ଜଙ୍ଗଲରୁ ମାଓବାଦୀମାନେ ଗଡଚିରୋଲି ଅଭିମୁଖେ ଯାଉଛନ୍ତି ।

ଏହା ପରେ ବଡ ଅପରେସନ ଆରମ୍ଭ ହୋଇଥିଲା । ବହୁ ସମୟ ଧରି ଉଭୟପକ୍ଷ ମୁହାଁମୁହିଁ ହୋଇଥିଲେ । ଏଥିରେ ମାଓବାଦୀଙ୍କ କିଛି ଶିବିର ବି ଧ୍ୱଂସ ହୋଇଛି । ଗାରପଟି ଜଙ୍ଗଲ ମୁମ୍ବାଇରୁ ପ୍ରାୟ ୯୨୦ କିଲୋମିଟର ଦୂରରେ ରହିଛି । ପ୍ରଥମେ ମାଓବାଦୀମାନେ ଗୁଳିଚଳାଇବା ଆରମ୍ଭ କରିଥିଲେ । ଆଉ ଜାବବାରେ ମହାରାଷ୍ଟର କମାଣ୍ଡୋ-୬୦ଙ୍କ ଗୁଳିରେ ୨୬ ମାଓବାଦୀ ନିପାତ ହୋଇଛନ୍ତି ।