କେରଳରେ ବର୍ଷା ବିତ୍ପାତ । ଅନେକ ସ୍ଥାନରେ ଭୂସ୍ଖଳନ । ଉତ୍ତରାଖଣ୍ଡରେ ରେଡ୍ ଆଲର୍ଟ ।

98

କନକ ବ୍ୟୁରୋ: ଅଦିନିଆ ଲଗାଣ ବର୍ଷାରେ ଚଳିତ ବର୍ଷ ଚାରିଆଡେ ବନ୍ୟା ବିତ୍ପାତ ଦେଖାଦେଇଥିବାବେଳେ କେରଳରେ ଏବେ ବର୍ଷା ଯୋଗୁଁ ପଡିଛି ହାହାକାର । ଅଦିନିଆ ଲଗାଣ ବର୍ଷା ସହ ଭୂସ୍ଖଳନ ଯୋଗୁଁ ଏଠାରେ ୨୬ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି । ଅତଡା ଖସିବା ଯୋଗୁଁ ଅନେକ ଘର ମାଟିରେ ମିଶିଯାଇଛି । ଆସନ୍ତା ଦୁଇ ଦିନ ବର୍ଷା ଓ ଭୂସ୍ଖଳନ ଯୋଗୁଁ କେରଳର ୧୨ଟି ଜିଲ୍ଲାରେ ଆଲର୍ଟ ଜାରି କରାଯାଇଛି । ଏହାସହ ଉତ୍ତରାଖଣ୍ଡରେ ମଧ୍ୟ ଆଗାମୀ ୨ ଦିନ ପାଇଁ ରେଡ୍ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।

 

ଉତ୍ତର ଭାରତର ପାହାଡି ଇଲାକା ଗୁଡିକ ପାଇଁ ପ୍ରବଳ ବର୍ଷାର ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ଏହି ସମୟରେ ଏଠାରେ ଭୂସ୍ଖଳନ ହୋଇପାରେ ବୋଲି ମଧ୍ୟ ଚେତାବନୀ ଦିଆଯାଇଛି । ବର୍ଷା ଯୋଗୁଁ ଚାରି ଧାମର ଯାତ୍ରାକୁ ସ୍ଥଗିତ ରଖାଯାଇଛି । କୌଣସି ଆପାତକାଳୀନ ପରିସ୍ଥିତି ପାଇଁ ସ୍ଥାନୀୟ ପ୍ରଶାସନ ଓ ଏସଡିଆରଏଫକୁ ଆଲର୍ଟ କରାଯାଇଛି । । ଏହାସହ ରାଜଧାନୀ ଦିଲ୍ଲୀ, ଓଡିଶା, ଉତ୍ତରପ୍ରଦେଶ, ରାଜସ୍ଥାନ ଓ ହରିଆଣାରେ ମଧ୍ୟମ ଧରଣର ବର୍ଷା ଜାରି ରହିବ ବୋଲି ବିଭାଗ ପକ୍ଷରୁ କୁହଯାଇଛି ।