କନକ ବ୍ୟୁରୋ: ଦେଶର ଅର୍ଦ୍ଧେକ ପ୍ରଚଣ୍ଡ ଖରାରେ ଡହଳବିକଳ ହେଉଥିବାବେଳେ ଆଉ ଅର୍ଦ୍ଧେକ ରାଜ୍ୟ ବର୍ଷା ଏବଂ ବନ୍ୟାରେ କଲବଲ ହେଉଛି । ତା ସାଙ୍ଗକୁ କାଳ ହୋଇ ଆକାଶରୁ ଖସୁଛି ବଜ୍ର । ନିକଟରେ ବିହାରର ବିଭିନ୍ନ ଜିଲ୍ଲାରେ ବଜ୍ରପାତ ଯୋଗୁଁ ୧୫ ଜୀବନ ଯାଇଥିବାବେଳେ ଏବେ ଉତ୍ତରପ୍ରଦେଶର ବିଭିନ୍ନ ଜିଲ୍ଲାରେ ବଜ୍ରପାତରେ ୧୮ଜଣଙ୍କ ଜୀବନ ଯାଇଛି ।

Advertisment

ରାୟବରେଲି, ଝାନ୍ସି, ପ୍ରୟାଗରାଜ, ଅଯୋଧ୍ୟା, ମହୋବା, କୌଶାବୀ ଓ ବଦାୟୁଁ ଆଦି ଅଞ୍ଚଳରେ ବଜ୍ରପାତ ଯୋଗୁଁ ୧୮ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୨ରୁ ଅଧିକ ଲୋକ ଗୁରୁତର ଅହତ ହୋଇଥିବା ଜଣାପଡିଛି । ମୃତକଙ୍କ ମଧ୍ୟରେ ମହିଳା ଅଛନ୍ତି । ସେମାନେ ବିଲରେ କାମ କରୁଥିବା ସମୟରେ ବଜ୍ରପାତ ପଡିବାରୁ ପ୍ରାଣ ହରାଇଛନ୍ତି ।