କନକ ବ୍ୟୁରୋ: ହାଇଦ୍ରାବାଦର ଭୋଲଗୁଡା ଅଞ୍ଚଳରେ ଥିବା ଏକ ରଦ୍ଦି ମାଲ ଗୋଦାମରେ ନିଆଁ ଲାଗିବାରୁ ୧୧ଜଣ ପ୍ରବାସୀ ଶ୍ରମିକ ଜୀବନ୍ତ ଦଗ୍ଧ ହୋଇଛନ୍ତି । ସମସ୍ତ ଶ୍ରମିକଙ୍କ ଘର ବିହାରର ଚାପ୍ରା ଜିଲ୍ଲାରେ ହୋଇଥିବା ଜଣାପଡିଛି ।

Advertisment

ନିଆଁ ଲାଗିବା ସମୟରେ ସେମାନେ ଗୋଦାମର ଉପର ମହଲାରେ ଶୋଇଥିଲେ । ଜଣେ ଝରକା ଭାଙ୍ଗି ବହାରି ଆସିବାରେ ସକ୍ଷମ ହୋଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ସିକନ୍ଦରାବାଦର ଗାନ୍ଧୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛିି । ପୋଡିଯାଇଥିବା ମୃତଦେହଗୁଡିକୁ ଚିହ୍ନଟ କରିବା ସମ୍ଭବ ହେଉନଥିବାରୁ ଏଥିପାଇଁ ଡିଏନଏ ଟେଷ୍ଟ କରାଇବାକୁ ପଡିବ ବୋଲି ପୋଲିସ କହିଛି । ଗୋଦାମରେ ଅଗ୍ନି ନିର୍ବାପନର କୌଣସି ବ୍ୟବସ୍ଥା ନଥିଲା । ଗୋଟିଏ ମାତ୍ର ଷ୍ଟେୟାରକେସ୍ ଥିବାରୁ କେହି ବାହାରି ପାରିନଥିଲେ ।

ଏହି ଦୁଃଖଦ ଘଟଣାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ , ଉପରାଷ୍ଟ୍ରପତିିଙ୍କ ସମେତ ପ୍ରଧାନମନ୍ତ୍ରୀ ମୋଦୀ ଓ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ଗଭୀର ଶୋକପ୍ରକାଶ କରିଛନ୍ତି । ପ୍ରତି ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି । ସେହିପରି ତେଲେଙ୍ଗନା ସରକାର ମୃତକଙ୍କ ପରିବାରକୁ ୫ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି ।