କଥାରେ ଅଛି ଭାଗ୍ୟ ଯାହାର ସାଥ ଦେବ ସେ ରାତା ପାତି ବଡ ଲୋକ ହୋଇଯାଇଥାଏ । ଭାଗ୍ୟ କେତେବେଳେ କାହାକୁ କେଉଁ ସ୍ଥାନରେ ନେଇ ପହଞ୍ଚାଇବ ତାହା ସେହି ବିଧାତାଙ୍କୁ ହିଁ ଜଣା। ସମୟର ଉଠାଣି ଗଡ଼ାଣି ପ୍ରତ୍ୟେକ ମଣିଷଙ୍କ ଜୀବନରେ ଚାଲିଛି। ଏମିତିରେ ମନୁଷ୍ୟକୁ ଧର୍ୟ୍ୟ ଧରି କାମ କରିବାକୁ ପଡ଼ିବ। ଶେଷରେ ସଫଳତା ନିଶ୍ଚୟ ମିଳିବ।
ଏଭଳି କଥା କହିବାର କାରଣ ହେଉଛି, ଅଷ୍ଟ୍ରେଲିଆର ସିଡନିରେ ବସବାସ କରୁଥିବା ଜଣେ ଯୁବକର ପିତା ଜୀବନର ଶେଷ ସମୟରେ ପୁଅ ସାମ୍ନାରେ ଶେଷ ଇଚ୍ଛା ରଖିଥିଲେ। ପିତାଙ୍କ ଏହି ଇଚ୍ଛା ପୁଅକୁ ରାତାରାତି କୋଟିପତି ବନାଇ ଦେଇଛି। ଏହି ଶେଷ ଇଚ୍ଛା ଏକ ଖାସ୍ ନମ୍ବରର ଲଟରି ଟିକେଟ କିଣିବାର ଥିଲା। ୨୦ବର୍ଷ ହେବ ୭ନମ୍ବର ଲଟରି ଟିକେଟ କିଣିବା ବୃଦ୍ଧଙ୍କ ଇଚ୍ଛା ଥିଲା। ସେ ପୁଅକୁ ଜୀବନର ଶେଷ ସମୟରେ ସେହି ନମ୍ବର ଳଟରି କିଣିବାକୁ କହିଥିଲେ। ପୁଅବି ପିତାଙ୍କ ଇଚ୍ଛା ଅନୁଯାୟୀ ସେହି ନମ୍ବର ଲଟରି କିଣି ଜ୍ୟାକ୍ପଟ୍ ଜିତି ଯାଇଥିଲେ। ଏହି ଲଟରିରୁ ୮ମିଲିୟନ୍ ଡଲାର ଅର୍ଥାତ୍ ୫୦କୋଟି ଟଙ୍କା ସେ ଜିତିଛନ୍ତି। ତେବେ ବୃଦ୍ଧ ୨୦ବର୍ଷ ହେବ ଧୌର୍ୟ୍ୟ ଧରିବା ସହିତ ଦିନେ ନା ଦିନେ ଏହି ଲଟରି ସେ ଜିତିବେ ବୋଲି ତାଙ୍କର ଯେଉଁ ଆତ୍ମବିଶ୍ୱାସ ଥିଲା ତାହା ଆଜି ସଫଳ ହୋଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/09/mony.jpg)
/kanak/media/post_attachments/wp-content/uploads/2018/09/po_3347823-m.jpg)