ଅର୍ଥତତ୍ତ୍ୱ ଚିଟଫଣ୍ଡ୍ ଠକେଇ ମାମଲା ! ପ୍ରଦୀପ ସେଠୀଙ୍କୁ ୭ ବର୍ଷ ଜେଲ୍

27

କନକ ବ୍ୟୁରୋ : ଅର୍ଥତତ୍ତ୍ୱ ଚିଟଫଣ୍ଡ ଠକେଇ ମାମଲାରେ ସଂସ୍ଥାର ମୁଖ୍ୟ ପ୍ରଦୀପ ସେଠୀଙ୍କ ସମେତ ୩ ଜଣଙ୍କୁ ୭ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି । ଅନ୍ୟ ଦୁଇ ଜଣ ଅଭିଯୁକ୍ତ ହେଲେ ମନୋଜ ପଟ୍ଟନାୟକ ଓ ଶ୍ରୀକୃଷ୍ଣ ପାଢୀ । ଭୁବନେଶ୍ୱର ଜେଏମଏଫସି କୋର୍ଟ ଏହି ରାୟ ଶୁଣାଇଛନ୍ତି ।

ପୂର୍ବରୁ ସ୍ୱତନ୍ତ୍ର ସିବିଆଇ ଚିଫ୍‌ ଜୁଡିସିଆଲ ମାଜିଷ୍ଟ୍ରେଟ(ସିଜେଏମ୍‌) କୋର୍ଟ ଗତ ଏପ୍ରିଲ ୬ରେ ପ୍ରଦୀପ ସେଠୀଙ୍କୁ ୭ବର୍ଷ ଜେଲ ଦଣ୍ଡ ଶୁଣାଇଥିଲେ । ଏଥି ସହିତ କୋର୍ଟ ୩୦,୦୦୦ଟଙ୍କା ଜରିମାନା ଦେବା ପାଇଁ ରାୟ ଶୁଣାଇଥିଲେ । ସଂସ୍ଥାର ଅନ୍ୟତମ ନିର୍ଦ୍ଦେଶକ ମନୋଜ ପଟ୍ଟନାୟକ ଓ ଶ୍ରୀକୃଷ୍ଣ ପାଢ଼ୀଙ୍କୁ ମଧ୍ୟ ସିଜେଏମ୍‌ ଜେଲଦଣ୍ଡ ଶୁଣାଇଥିଲା । କୋର୍ଟ ୧୦ହଜାର ଟଙ୍କା ଲେଖାଏଁ ଜରିମାନା ଦେବାକୁ ଆଦେଶ ଦେଇଥିଲେ । ଏହା ବ୍ୟତୀତ କୋର୍ଟ ଏଟି ଗ୍ରୁପକୁ ୨୫୦ କୋଟି ଟଙ୍କା ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲା।

ସୂଚନାଯୋଗ୍ୟ, ରାଜ୍ୟର ହଜାର ହଜାର ଜମାକାରୀଙ୍କୁ ବଡ ହେବାର ସ୍ୱପ୍ନ ଦେଖାଇ ଅର୍ଥତତ୍ତ୍ୱ ଚିଟଫଣ୍ଡ କମ୍ପାନି କୋଟି କୋଟି ଟଙ୍କା ଠକି ନେଇଛି ।