କନକ ବ୍ୟୁରୋ : ବିଜେପିର ସଂସଦୀୟ ଦଳ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ପହଂଚିବା ପରେ ତାଙ୍କୁ ଦଳର ସାଂସଦମାନେ ଅଭିନନ୍ଦନ ଜଣାଇଥିଲେ । ଏହି ସମୟରେ ବୈଠକ ସ୍ଥଳ ମୋଦୀ ଜୀ ସ୍ୱାଗତ ହୈରେ ପ୍ରକମ୍ପିତ ହୋଇଥିଲା । ତେବେ ବେଶ ରୋଚକ ଥିଲା ସେହି ଦୃଶ୍ୟ ଯେଉଁଠି ମୋଦୀ କହିଥିଲେ ଦଳ ପାଇଥିବା ବିଜୟ କୌଣସି ଜଣେ ବ୍ୟକ୍ତି ବିଜୟ ନୁହେଁ । ସଂଗଠନର ବିଜୟ । ତେଣୁ ମୋଦୀ ଜୀ କହି ଜନସାଧାରଣଙ୍କଠୁ ଦୂରେଇ ରହିବା ଉଚିତ ନୁହେଁ । ତେଣୁ କେବଳ ମୋଦୀ ବୋଲି ସମ୍ବୋଧନ କରିବାକୁ କର୍ମକର୍ତାଙ୍କୁ କହିଥିଲେ ।

Advertisment

ଗୁରୁବାର ବୈଠକରେ ଦଳକୁ ୨୦୨୪ ବିଜୟ ପାଇଁମ ମନ୍ତ୍ର ଦେଇଛନ୍ତି ପ୍ରଧାନମନ୍ତ୍ରୀ । କେଉଁଭଳି ଶୈଳୀରେ ଦଳ ଲୋକଙ୍କ ପାଖକୁ ଯିବ ଏବଂ ଆଗାମୀ ଦିନରେ ନିର୍ବାଚନ ଲଢିବ ସେଥିପାଇଁ ଗୁରୁମନ୍ତ୍ର ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୬ଟି ଫମୂର୍ଲା ଉପରେ ଗୁରୁତ୍ୱ ଦିଆଯାଇଛି ।

୨୦୨୪ ବିଜୟର ‘ମୋଦୀ ଫର୍ମୁଲା’

ଫର୍ମୁଲା-୧
‘ମୋଦୀ ଜୀ’ ନକହି
କେବଳ ‘ମୋଦୀ’ ସମ୍ବୋଧନ କର

ଫର୍ମୁଲା-୨
ଡିସେମ୍ବର ୨୨ରୁ ଜାନୁଆରୀ ୨୫
ବିକାଶ ଭାରତ ସଂକଳ୍ପ ଯାତ୍ରାରେ ସାମିଲ ହେବେ
ସମସ୍ତ ମନ୍ତ୍ରୀ ଓ ସାଂସଦ

ଫର୍ମୁଲା-୩
ବିଜେପିର ବିଜୟ ଜଣଙ୍କର ନୁହେଁ
ସମସ୍ତ କର୍ମୀଙ୍କ କଠିନ ପରିଶ୍ରମର ଫଳ

ଫର୍ମୁଲା-୪
ରାଜ୍ୟଗୁଡିକରେ ଲଗାତର ଜିତିବାରେ
କଂଗ୍ରେସ ତୁଳନାରେ ବିଜେପିର ହାର ଅଧିକ

ଫର୍ମୁଲା-୫
୨୦୪୭ ସୁଦ୍ଧା
ବିକଶିତ ଭାରତ ଗଠନ ପାଇଁ ପ୍ରସ୍ତୁତି କର

ଫର୍ମୁଲା-୬
ନିଜ ନିଜ ନିର୍ବାଚନୀ କ୍ଷେତ୍ରକୁ ଯାଇ
ସରକାରୀ ଯୋଜନାର ହିତାଧିକାରୀଙ୍କ ସହ
ସଂପର୍କ ସ୍ଥାପନ କର

ହିନ୍ଦୀ ହାର୍ଟଲ୍ୟାଣ୍ଡର ହାରିବା ପରେ ଗୋଟିଏ ପଟେ କଂଗ୍ରେସ ଏବଂ ଇଣ୍ଡିଆ ମେଂଟ ଭୁଲରୁ ଶିକ୍ଷାଲାଭ କରି ସାଧାରଣ ନିର୍ବାଚନ ଲଢିବାକୁ ରଣନୀତି ପ୍ରସ୍ତୁତ କରୁଛି । ଅନ୍ୟପଟେ ବିଜେପି ଏବେ ତିନି ରାଜ୍ୟରେ ବିଜୟୀ ହୋଇ ଉତ୍ସାହିତ । ତେଣୁ କୌଣସି ଭୁଲ ନକରି କିଭଳି ବିରେଧୀଙ୍କୁ ଚେକ୍ ଦେଇହେବ ସେଥିପାଇଁ ପ୍ରସ୍ତୁତ ହେଉଛି