କନକ ବ୍ୟୁରୋ: ବେଙ୍ଗାଳୁରୁରେ ଚାଲିଥିଲା କୃଷି ମେଳା । ବିଭିନ୍ନ ଜିଲ୍ଲାରୁ ଚାଷୀମାନେ ନିଜ ନିଜର ଚାଷ କାମରେ ଲାଗୁଥିବା ପାଳିତ ପଶୁଙ୍କୁ ନେଇ ଏହି ମେଳାରେ ଯୋଗ ଦେଇଥିଲେ । ବୋରେ ଗୌଡା ନାମକ ଜଣେ  ଚାଷୀ ଏହି ମେଳାରେ ପହଞ୍ଚିଥିଲେ ଯାହାଙ୍କ ପାଖରେ ଚାହୁଁ ଚାହୁଁ ଲାଗିଲା ଭିଡ । ଏହାର କାରଣ ତାଙ୍କ ପ୍ରିୟ  କୃଷ୍ଣା ।

Advertisment

କୃଷ୍ଣା ହେଉଛି ବୋରେ ଗୌଡାଙ୍କ ଷଣ୍ଢର ନାଁ । ଭାରି ଯତ୍ନରେ ପାଳିଥିବା ଏହି ଷଣ୍ଢର ନାଁ ସେ କୃଷ୍ଣା ବୋଲି ରଖିଛନ୍ତି । କୃଷି ମେଳାରେ ଅନେକ ଚାଷୀ ଗାଈ ଗୋରୁଙ୍କୁ ଧରି ଆସିଥିବାବେଳେ ବିଚାରକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା କୃଷ୍ଣା । ଏହି ଷଣ୍ଢ ସବୁଠୁ ଭଲ ପ୍ରଜାତିର । ଏହାର ଶୁକ୍ରାଣୁର ବେଶ୍ ଚାହିଦା ରହିଛି । ଏହି ପ୍ରଜାତିର ଷଣ୍ଢର ଶୁକ୍ରାଣୁର ଗୋଟିଏ ଡୋଜ୍ ହଜାରେରୁ (୧୦୦୦)ଅଧିକ ଟଙ୍କାରେ ବିକ୍ରି ହୁଏ । ତେଣୁ ଗୋପାଳନ କ୍ଷେତ୍ରରେ ଏହା ବେଶ ଲାଭ ଦାୟକ ବୋଲି ଉପସ୍ଥିତ ବିଚାରକ ତଥା ପଶୁ ବିଶେଷଜ୍ଞ ମତ ପ୍ରକାଶ କରିଥିଲେ ।

ଚାହୁଁ ଚାହୁଁ ବୋରେ ଗୌଡାଙ୍କ ଏହି ଷଣ୍ଢ ପାଖରେ ଭିଡ ଜମିଲା । ଷଣ୍ଢ ସହ ସେଲ୍ପି ନେବାକୁ ଲାଗିଲେ ଲୋକେ । ଏହି ମେଳାରେ ୧୨,୦୦୦ ଚାଷୀ ଭାଗ ନେଇଥିବାବେଳେ ବୋରେ ଗୌଡାଙ୍କୁ ଶ୍ରେଷ୍ଠ କୃଷି ସମ୍ମାନ ମିଳିଥିଲା ।