କନକ ବ୍ୟୁରୋ :  ଦେଶରେ ଗତ ୨୪ ଘଂଟା ଭିତରେ ପୁଣି ୩,୪୮,୪୨୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଗୋଟିଏ ଦିନରେ ପ୍ରାଣ ହରାଇଛନ୍ତି ୪୨୦୫ ଜଣ । ଫଳରେ ଦେଶରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୨,୫୪,୧୯୭ରେ ପହଂଚିଛି । ଦେଶରେ ଆଜିଯାଏଁ ୨ କୋଟି ୩୩ ଲକ୍ଷ ୪୦ ହଜାର ୯୩୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କରୋନାରୁ ସୁସ୍ଥ ହେଲେଣି ୧ କୋଟି ୯୩ ଲକ୍ଷ ୮୨ ହଜାର ୬୪୨ ଜଣ । ବର୍ତ୍ତମାନ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୩୭ ଲକ୍ଷ ୪ ହଜାର ୯୯ଜଣ ।

Advertisment

୨ ସପ୍ତାହ ପରେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩୭,୦୦୦କୁ ଖସିଛି । ତେବେ ଆଶ୍ୱସ୍ତିର କଥା ହେଉଛି ଦେଶର ୧୮ଟି ରାଜ୍ୟରେ ଦୈନିକ ଆକ୍ରାନ୍ତଙ୍କ ହାର ସାମାନ୍ୟ କମିଛି । ମହାରାଷ୍ଟ୍ର, ଉତର ପ୍ରଦେଶ, ଆନ୍ଧ୍ର ପ୍ରଦେଶ, ଦିଲ୍ଲୀ, ରାଜସ୍ଥାନ ଓ ହରିଆଣା ପରି ରାଜ୍ୟରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ସର୍ବାଧିକ ରହୁଥିବାବେଳେ ଏଠାରେ କିଛିଦିନ ହେଲା ଏଠାରେ ସଂକ୍ରମଣ ପ୍ଲାଟୁ ଅର୍ଥାତ ସ୍ଥିର ରହିଥିବା କହିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । କିନ୍ତୁ ଚିନ୍ତାର ବିଷୟ ହେଲା ଓଡିଶା ସମେତ ୧୬ଟି ରାଜ୍ୟରେ ସଂକ୍ରମଣ ହାର ବଢୁଥିବା କୁହାଯାଇଛି ।

ଦେଶର ମୋଟ୍ ୭୩୪ ଜିଲ୍ଲାରୁ ୪୨% ଅର୍ଥାତ ୩୧୦ ଜିଲ୍ଲାରେ କରୋନା ସଂକ୍ରମଣର ଗ୍ରାଫ ଉପରମୁହାଁ ରହିଥିବା ସୂଚନା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ଦେଶରେ ଟେଷ୍ଟ ପିଜିଟିଭିଟି ରେଟ୍ ୨୧% ପାଖାପାଖି ରହୁଥିବାବେଳେ ଏହି ୩୧୦ଟି ଜିଲ୍ଲାରେ ଅଧିକ ରହିଛି ଟିପିଆର ।