କନକ ବ୍ୟୁରୋ : ଅନେକ ରାଜ୍ୟରେ  ଟେଷ୍ଟିଂ କମିଥିବାରୁ  ଦେଶରେ ଦୈନିକ ସଂକ୍ରମଣ ହ୍ରାସ ପାଉଛି । ତେଣୁ ରାଜ୍ୟଗୁଡିକ ଟେଷ୍ଟିଂ ବଢାଇବାକୁ ସବୁ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର ।  ଏନେଇ ସବୁ ରାଜ୍ୟକୁ ଚିଠି ଲେଖିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଆରତୀ ଆହୁଜା । ଚିଠିରେ କୁହାଯାଇଛି, ଟେଷ୍ଟିଂ ବଢିବା ଦ୍ୱାରା ପ୍ରକୃତ ରୋଗୀଙ୍କ ସଂଖ୍ୟା ଓ ସ୍ଥିତି ଜଣାପଡିବ । ଏହାଦ୍ୱାରା ସଂକ୍ରମଣ ରୋକିବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଇପାରିବ । ଯେଉଁ ଅଂଚଳରେ ପଜିଟିଭିଟି ହାର ଅଧିକ ରହିଛି ଓ ଯେଉଁ ଲୋକମାନେ ହାଇରିସ୍କ ବର୍ଗରେ ଅଛନ୍ତି  ସେମାନଙ୍କ ଟେଷ୍ଟ ବଢାଇବାକୁ କୁହାଯାଇଛି ।  ଏହାଦ୍ୱାରା ସଂକ୍ରମଣ ରୋକାଯାଇପାରିବ ଓ ଓପ୍ରକୃତ ତଥ୍ୟ ମିଳିପାରିବ ବୋଲି କୁହାଯାଇଛି ।

Advertisment

ସଂଶୋଧିତ ଗାଇଡ୍‌ଲାଇନ୍‌ରେ କୁହାଯାଇଛି ଯେ, ଷ୍ଟେରଏଡ୍ ଦେଲେ ବ୍ଲାକ୍ ଫଙ୍ଗସ୍ ପରି ସଂକ୍ରମଣ ହୋଇପାରେ । ବିଶେଷତଃ ଷ୍ଟେରଏଡ୍‌ର ସଅଳ ବ୍ୟବହାର, ଉଚ୍ଚତର ଡୋଜ୍‌ ଦେବା ବା ଦୀର୍ଘ ସମୟ ପାଇଁ ଏହାର ବ୍ୟବହାର ଦ୍ବାରା ଏପରି ସମସ୍ୟା ସୃଷ୍ଟି ହୋଇଥାଏ । କିନ୍ତୁ ଦୁଇ ବା ତିନି ସପ୍ତାହ ଯାଏ ଯଦି କାଶ ଲାଗିରହେ ତେବେ ଯକ୍ଷ୍ମା ଓ ରୋଗୀର ଅନ୍ୟାନ୍ୟ ଅବସ୍ଥାର ପରୀକ୍ଷା କରାଇବା ଦରକାର ବୋଲି ମାର୍ଗଦର୍ଶିକାରେ କୁହାଯାଇଛି । ଗତ ସପ୍ତାହରେ ଏକ ସାମ୍ବାଦିକ ସମ୍ମିଳନୀରେ ନୀତି ଆୟୋଗ ସଦସ୍ୟ ତଥା କୋଭିଡ୍ ଟାସ୍କ ଫୋର୍ସ ମୁଖ୍ୟ ଡ. ଭିକେ ପଲ ଷ୍ଟେରଏଡ୍‌ର ମାତ୍ରାଧିକ ବ୍ୟବହାର ଓ ଅପବ୍ୟବହାର ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ। ଯେଉଁମାନେ ମୃଦୁ କୋଭିଡ୍‌ରେ ଆକ୍ରାନ୍ତ ନିଃଶ୍ବାସ-ପ୍ରଶ୍ବାସରେ କଷ୍ଟ ନ ଥିବା ରୋଗୀ, ସେମାନଙ୍କୁ ଡାକ୍ତରଖାନାରେ ଆଡ୍‌ମିସନ ନେବା ବଦଳରେ ନିଜ ଘରେ ଆଇସୋଲେସନରେ ରହିବା ପାଇଁ ପରାମର୍ଶ ଦିଆଯାଇଛି ।

କିନ୍ତୁ ଯଦି ନିଃଶ୍ବାସ-ପ୍ରଶ୍ବାସରେ କଷ୍ଟ ହୁଏ, ଉଚ୍ଚ ତାପମାତ୍ରାର ଜ୍ବର ହୁଏ ବା ୫ରୁ ଅଧିକ ଦିନ ଯାଏ କାଶ ଲାଗି ରହେ, ତେବେ ଡାକ୍ତରଖାନା ଯିବାକୁ କୁହାଯାଇଛି । ଯେଉଁମାନଙ୍କର ଅମ୍ଳଜାନ ସ୍ତର ୯୦ରୁ ୯୩ ଭିତରେ ହ୍ରାସବୃଦ୍ଧି ଘଟୁଥାଏ ଓ ଅଣନିଃଶ୍ବାସୀ ଲାଗୁଥାଏ, ସେମାନେ ମଧ୍ୟମ ସ୍ତରର କୋଭିଡ୍‌ ରୋଗୀ । ସେମାନେ ହସ୍ପିଟାଲରେ ଆଡ୍‌ମିସନ ନେବା ଓ ତାଙ୍କଠାରେ ଅମ୍ଳଜାନ ଲଗାଯିବା ଦରକାର । ଯେଉଁମାନଙ୍କର ଅମ୍ଳଜାନ ସ୍ତର ୯୦ ତଳକୁ ରହୁଛି ଓ ନିଃଶ୍ବାସ-ପ୍ରଶ୍ବାସ ନେବାରେ ଭୀଷଣ କଷ୍ଟ ହେଉଛି ସେମାନେ ସାଂଘାତିକ ସ୍ତରର କୋଭିଡ୍ ରୋଗୀ । ସେମାନଙ୍କୁ ତୁରନ୍ତ ଡାକ୍ତରଖାନା ନେଇ ଆଇସିୟୁରେ ଅମ୍ଳଜାନ ଦେଇ ଭର୍ତ୍ତି କରାଯିବା ଦରକାର ବୋଲି ମାର୍ଗଦର୍ଶିକାରେ କୁହାଯାଇଛି ।