ଚାଷୀଙ୍କ କାମରେ ଆସୁନି ୪୦ ବର୍ଷର ପୁରୁଣା ଚେକଡ୍ୟାମ୍। ପୋତି ହୋଇଗଲାଣି କେନାଲ

ଚାଷୀଙ୍କ କାମରେ ଆସୁନି ୪୦ ବର୍ଷର ପୁରୁଣା ଚେକଡ୍ୟାମ୍। ପୋତି ହୋଇଗଲାଣି କେନାଲ

କନକ ବ୍ୟୁରୋ: ୪୦ ବର୍ଷ ତଳେ ଗଜପତି ମୋହନା ବ୍ଲକ ସାନଖଣିରେ ନିର୍ମାଣ ହୋଇଥିବା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଚାଷୀ କାମରେ ଆସୁନାହିଁ । ୧୫ ବର୍ଷ ହେବ ପ୍ରକଳ୍ପର ୨ଟି ଗେଟ୍ ଭାଙ୍ଗି ଯାଇଛି । ଗେଟ୍ କାମ କରୁନି, କେନାଲ ଗୁଡିକ ପୋତି ହୋଇଯାଇଛି । ଫଳରେ ଧାନ ବିଲକୁ ପାଣି ପହଂଚି ପାରୁନାହିଁ । ପାଣି ଅଭାବରୁ ଜମି ଟାଙ୍ଗରା ଭୂଇଁ ପାଲଟିଛି ।

ଜଳସେଚନ ପ୍ରକଳ୍ପ ଚାଷୀଙ୍କ ଠାରୁ ଜଳକର ଆଦାୟ କରୁଛି ପ୍ରଶାସନ, ହେଲେ ଅବ୍ୟବସ୍ଥା କାରଣରୁ ଜମିକୁ ପାଣି ମିଳୁନାହିଁ । ପ୍ରକଳ୍ପର ପୁନଃରୁଦ୍ଧାର ପାଇଁ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଜଣାଇଛନ୍ତି ଚାଷୀ । ହେଲେ କେହି ଶୁଣୁନାହାନ୍ତି । ତେଣୁ ଚାଷୀ ଆନ୍ଦୋଳନ ଦାନା ବାନ୍ଧୁଛି । ସେପଟେ ଜିଲ୍ଲାପାଳ କହିଛନ୍ତି ସ୍ଥିତି ଅନୁଧ୍ୟାନ କରି ଜଳସେଚନ ପାଇଁ ପଦକ୍ଷେପ ନିଆଯିବ ।

ଗଜପତି ଜିଲ୍ଲାରେ ବର୍ଷାର ପରିମାଣ କମ୍ ଥିବା ବେଳେ ମୋହନାରେ ଚାଷୀଙ୍କ କାମରେ ଆସୁଛି ଜଳସେଚନ ପ୍ରକଳ୍ପ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe