କନକ ବ୍ୟୁରୋ: ୟୁକ୍ରେନ ଉପରେ ରୁଷିଆ ଆକ୍ରମଣକୁ ବର୍ଷେରୁ ଅଧିକ ସମୟ ହୋଇଛି । ଦିନକୁ ଦିନ ଏହି ଯୁଦ୍ଧ ଅଧିକ ଭୟାବହ ହେବାରେ ଲାଗିଛି । ଦୁଇ ରାଷ୍ଟ୍ର ମଧ୍ୟରେ ହେଉଥିବା ଏହି ଯୁଦ୍ଧାର ପ୍ରଭାବ ସାରା ବିଶ୍ୱରେ ପଡୁଛି । ରୁଷ ଲଗାତର ପରମାଣୁ ଆକ୍ରମଣର ଧମକ ଦେଉଛି । ସେପଟେ ୟୁକ୍ରେନକୁ ନାଟୋ ଓ ଆମେରିକା ବି ଅଧିକରୁ ଅଧିକ ସାମରିକ ସହାୟତା ଯୋଗାଇ ଚାଲିଛନ୍ତି । ସ୍ଥିତି ସୁଧୁରିବା ସମ୍ଭାବନା ଏବେ କମିବାରେ ଲାଗିଛି । ଏପରି ସ୍ଥିତିରେ ‘ନୂଆ ନୋସ୍ତ୍ରାଦୋମସ୍’ ନାଁରେ ପରିଚିତ କ୍ରେଗ ହାମିଲଟନ ପାର୍କର ଆତଙ୍କ ସୃଷ୍ଟି କଲା ଭଳି ଭବିଷ୍ୟବାଣୀ କରିଛନ୍ତି ।

Advertisment

- ‘ନୂଆ ନୋସ୍ତ୍ରାଦୋମସ୍’ ନାଁରେ ପରିଚିତ କ୍ରେଗ ହାମିଲଟନ ପାର୍କର
- କ୍ରେଗ ହାମିଲଟିନ ପାର୍କରଙ୍କ ଭବିଷ୍ୟବାଣୀ
- ୨୦୨୩ରେ ତୃତୀୟ ବିଶ୍ୱଯୁଦ୍ଧ ହେବା ନେଇ ଭବିଷ୍ୟବାଣୀ
- ଏକ ଉଡ଼ାଯାହାଜ ଦୁର୍ଘଟଣା ଏହାର ବଡ଼ କାରଣ ସାଜିବ
- ରୁଷ-ୟୁକ୍ରେନ ଯୁଦ୍ଧରୁ ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହେବନାହିଁ
- ଚୀନ୍-ତାଇୱାନ ବିବାଦ ଏହାର ମୁଖ୍ୟ କାରଣ ପାଲଟିବ
- କ୍ରେଗଙ୍କ ମୁତାବକ ତାଇୱାନରେ ଏକ ଭୟାବହ ବିମାନ ଦୁର୍ଘଟଣା ହେବ
- ଏହା ତୃତୀୟ ବିଶ୍ୱଯୁଦ୍ଧ ପାଇଁ କ୍ଷେତ୍ର ପ୍ରସ୍ତୁତ କରିବ
- ଏବେ ଚୀନ୍ ଓ ତାଇୱାନ ଭିତରେ ବିବାଦ ଲାଗିରହିଛି
- ତାଇୱାନ ନିଜକୁ ସ୍ୱତନ୍ତ୍ର ରାଷ୍ଟ୍ର ବୋଲି ଦାବି କରୁଛି
- ଚୀନ୍ କିନ୍ତୁ ତାଇୱାନକୁ ନିଜର ଅଂଶ ବୋଲି କହୁଛି
- ତାଇୱାନକୁ ଚୀନ୍ରେ ମିଶାଇବାକୁ ପଣ କରିଛନ୍ତି ସି ଜିନପିଙ୍ଗ
- ଆମେରିକା ବି ଏଥିରେ ହସ୍ତକ୍ଷେପ କରୁଛି
- ତାଇୱାନକୁ ସାମରିକ ଓ ଆର୍ଥିକ ସହାୟତା ଯୋଗାଉଛି ଆମେରିକା
- ଆମେରିକୀୟ ନେତା ନାନ୍ସି ପେଲୋସି ଗସ୍ତକୁ ନେଇ ବିବାଦ ବଢିଥିଲା
- ତାଇୱାନ ଆସିଥିଲେ ନାନ୍ସି ପେଲୋସି
- ଚୀନ୍ ଏହାର ଘୋର ବିରୋଧ କରିଥିଲା
- ଏପରିକି ଭୟଙ୍କର ପରିଣାମ ନେଇ ଆମେରିକାକୁ ଚେତାବନୀ ଦେଇଥିଲା
- ନାନ୍ସି ପେଲୋସିଙ୍କ ଗସ୍ତ ପରେ ସାମରିକ ଅଭ୍ୟାସ କରିଥିଲା ଚୀନ୍
- ତାଇୱାନ ଚାରିପଟେ ସାମରିକ ଅଭ୍ୟାସ କରିଥିଲା ପିଏଲଏ