କନକ ବ୍ୟୁରୋ : ଦ୍ୱାରକା ଏବଂ ଶାରଦା ପୀଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ସ୍ୱରୂପାନନ୍ଦ ସରସ୍ୱତୀଙ୍କର ରବିବାର ଦିନ ଦେହାନ୍ତ ହୋଇଛି । ୯୯ ବର୍ଷ ବୟସରେ ମଧ୍ୟପ୍ରଦେଶର ନରସିଂହପୁର ଠାରେ ଥିବା ଗଙ୍ଗା ଆଶ୍ରମରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିବା କଥା କୁହାଯାଇଛି । ସ୍ୱାମୀ ସ୍ୱରୂପାନନ୍ଦ ସରସ୍ୱତୀଙ୍କୁ ହିନ୍ଦୁ ଧର୍ମର ସବୁଠାରୁ ବଡ ଧର୍ମଗୁରୁ ବୋଲି କୁହାଯାଏ । ସେ ଦୀର୍ଘଦିନ ହେବ ଅସୁସ୍ଥ ଥିଲେ । ଶଙ୍କରାଚାର୍ଯ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ଦୀର୍ଘଦିନ ଲଢେଇ କରିଥିଲେ । ଏହା ବ୍ୟତୀତ ସେ ଦେଶ ସ୍ୱାଧୀନତା ପାଇଁ ଲଢେଇ କରିଥିବା କଥା ମଧ୍ୟ କୁହାଯାଉଛି ।

Advertisment

ସ୍ୱାମୀ ସ୍ୱରୂପାନନ୍ଦ ସରସ୍ୱତୀଙ୍କ ଜନ୍ମ ମଧ୍ୟପ୍ରଦେଶର ସିବନୀ ଜିଲ୍ଲାର ଦେଘୋରୀ ଗ୍ରାମରେ ହୋଇଥିଲା । ସେ ୯ ବର୍ଷ ବୟସରେ ଘରଛାଡି ଧର୍ମଯାତ୍ରା ଆରମ୍ଭ କରିଥିଲେ । ୧୯୪୨ ମସିହା ବେଳେକୁ ଯେତେବେଳେ ତାଙ୍କ ମାତ୍ର ୧୯ ବର୍ଷ ହୋଇଥିଲା ସେତେବେଳେ ସେ ଜଣେ କ୍ରାନ୍ତିକାରୀ ସାଧୁ ଭାବେ ନିଜର ପରିଚୟ ସୃଷ୍ଟି କରିପାରିଥିଲେ ।

ସେ ଦେଶର ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇ ବାରଣାସୀରେ ୯ ମାସ ଓ ମଧ୍ୟପ୍ରଦେଶ ଜିଲ୍ଲା ଜେଲରେ ୯ ମାସ ଏଭଳି ଭାବେ ମୋଟ ୧୫ ମାସ ଜେଲରେ ରହିଥିଲେ ।