କନକ ବ୍ୟୁରୋ: ଆସନ୍ତା ସପ୍ତାହରୁ କରୋନା ଟିକାକରଣର ପାର୍ଶ୍ୱ ପ୍ରତିକ୍ରିୟା ନେଇ ଗଭୀର ଅନୁଧ୍ୟାନ ଆରମ୍ଭ କରିବ ଭାରତ । ଆଷ୍ଟ୍ରାଜେନିକା ଟିକା ନେବା ପରେ ରକ୍ତ ଜମାଟ ହେବା ପରି ସମସ୍ୟା ଦେଖା ଦେଉଥିବା ଅଭି୍ଯୋଗ ଆସିବା ଭିତରେ, ବର୍ତମାନ ଭାରତରେ ପାଶ୍ୱର୍ ପ୍ରତିକ୍ରିୟା ପ୍ରତି ଅଧିକ ଯତ୍ନବାନ ହୋଇ ଅନୁଧ୍ୟାନ ଆରମ୍ଭ କରାଯିବ ବୋଲି କୁହାଯାଇଛି ।
ଆଷ୍ଟ୍ରାଜେନିକା ଟିକା ନେବା ପରେ ଦେହରେ ରକ୍ତ ଜମାଟ ହେବା ପରି ସମସ୍ୟା ଦେଖା ଦେଉଥିବା ଅଭିଯୋଗ ପରେ, ଡେନମାର୍କ, ନରୱେ, ଆଇସଲ୍ୟାଣ୍ଡ ଏବଂ ଥାଇଲାଣ୍ଡ ପରି ରାଷ୍ଟ୍ର ସାମୟିକ ଭାବେ ଟିକାକରଣ ଉପରେ ରୋକ୍ ଲଗାଇଛନ୍ତି । ଏହି ଘଟଣା ସାମ୍ନାକୁ ଆସିବା ପରେ କୋଭିଡ ୧୯ ନାସନାଲ ଟାସ୍କ ଫୋର୍ସ , ଭାରତରେ କରୋନା ଟିକାକରଣ ନେଇ ଅଧିକ ସତର୍କ ହୋଇଛି ।
ବର୍ତମାନ ସୁଦ୍ଧା ଭାରତରେ ସେଭଳି ଟିକାକରଣ ପରେ କୌଣସି ବଡ ଧରଣର ସମସ୍ୟା ଦେଖିବାକୁ ମିଳିନି । ଟିକା ନେବା ପରେ ପାଶ୍ୱର୍ପ୍ରତିକ୍ରିୟା ହାର ଭାରତରେ କମ୍ ରହିଛି । ବର୍ତମାନ ଟିକା ନେବା ପରେ ଡାକ୍ତରଖାନାରେ ଭର୍ତ୍ତି ହେଉଥିବା ସମସ୍ତ ରୋଗୀ ଏବଂ କରୋନା ମୃତକଙ୍କ ସ୍ଥିତିକୁ ଅଧିକ ଗମ୍ଭୀରତାର ସହିତ ଅନୁଧ୍ୟାନ କରାଯିବ । ଭାରତରେ କୋଭିସିଲ୍ଡ ଏବଂ ଭାରତ ବାୟୋଟେକର କୋଭାକ୍ସିନ୍ ଟିକା , କରୋନା ଟିକାକରଣରେ ବ୍ୟବହାର କରାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/03/106853087-1615541695947-gettyimages-1231661451-_F9J7519.jpeg)