କରୋନାର ନୂଆ ଷ୍ଟ୍ରେନ୍କୁ ନେଇ ଚିନ୍ତା ଥିବା ବେଳେ ଆସିଲା ଆଶ୍ୱସ୍ତିର ସଂକେତ : ଆଷ୍ଟ୍ରାଜେନେକା ସିଇଓ କହିଲେ, ୯୫% ସୁରକ୍ଷା ଦେବ ଅକ୍ସଫୋର୍ଡ ଟିକା

ଅକ୍ସଫୋଡ୍ ଟିକା ହେବ ପ୍ରଭାବୀ, ନୂଆ ଷ୍ଟ୍ରେନ୍କୁ ବି ଦେଇପାରିବ ମାତ୍; ଆସନ୍ତା ସପ୍ତାହରେ ୟୁକେରେ ମିଳିପାରେ ଅନୁମତି

140

କନକ ବ୍ୟୁରୋ : ବ୍ରିଟେନରେ ଠାବ ହୋଇଥିବା କରୋନା ଭୂତାଣୁର ନୂଆ ଷ୍ଟ୍ରେନ୍କୁ ନେଇ ଚିନ୍ତା ବଢିଥିବା ବେଳେ ଏହାକୁ ମୁକାବିଲା କରିବା ପାଇଁ ଆସିଛି ଆଶ୍ୱସ୍ତର ସୂଚନା । ଏହି ଭୂତାଣୁକୁ ଅକ୍ସଫୋଡ୍ ଓ ଆଷ୍ଟ୍ରାଜେନେକା ଦ୍ୱାରା ପ୍ରସ୍ତୁତ ହେଉଥିବା ଟିକା ମୁକାବିଲା କରିପାରିବ । ଏଭଳି ସୂଚନା ଦେଇଛନ୍ତି ଆଷ୍ଟ୍ରାଜେନେକାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ । ସନଡେ ଟାଇମ୍କୁ ସାକ୍ଷାତକାର ଦେଇ ସିଇଓ ପାସ୍କଲ ସୋରିଓଟ୍ ଏହି ସୂଚନା ଦେଇଛନ୍ତି । ସାଂଘାତିକ ଭାବେ ସଂକ୍ରମଣ କରୁଥିବା ଏହି ଷ୍ଟ୍ରେନ୍କୁ ତାଙ୍କର ଟିକା ପ୍ରତିହତ କରିବାକୁ ସକ୍ଷମ ବୋଲି ସେ ଦାବି କରିଛନ୍ତି ।

ଆସନ୍ତା ଗୁରୁବାର ସୁଦ୍ଧା ଇଂଲଣ୍ଡରେ ଏହି ଟିକାକୁ ଅନୁମତି ମିଳିବ ବୋଲି କମ୍ପାନୀ ଆଶା ରଖିଛି । ଅକ୍ସଫୋର୍ଡ ଟିକା ଶତ ପ୍ରତିଶତ ସୁରକ୍ଷା ପ୍ରଦାନ କରିବ ବୋଲି ଦାବି କରିଛନ୍ତି ସିଇଓ ସୋରିଓଟ୍ । ଏହି ଟିକାକୁ ଭାରତରେ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ପ୍ରସ୍ତୁତ କରୁଛି । ଚଳିତ ବର୍ଷ ଶେଷ ସୁଦ୍ଧା ପ୍ରାୟ ୨୦୦ ମିଲିଅନ୍ ମାତ୍ରାର ଆଷ୍ଟ୍ରାଜେନେକା ଟିକା ପ୍ରସ୍ତୁତ ହେବ ବୋଲି କୁହାଯାଉଛି । ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ସାରା ବିଶ୍ୱରେ ପ୍ରାୟ ୭୦୦ ମିଲିଅନ୍ ଡୋଜ୍ର ଏହି ଟିକା ଉପଲବ୍ଧ ହେବ ବୋଲି ଆଶା କରାଯାଉଛି ।