ଖସୁଛି ଉଲକା ପିଣ୍ଡ ! ମହାକାଶରୁ ପୃଥିବୀ ନିକଟତର ହେଉଛି ଉଲକାପିଣ୍ଡ : ପୃଥିବୀଠାରୁ ୩୭ ଲକ୍ଷ କିଲୋମିଟର ଦୂରରେ କରିବ ଅତିକ୍ରମ , ପୃଥିବୀ ପ୍ରତି କୌଣସି ବିପଦ ନଥିବା କହିଲେ ପଠାଣି ସାମନ୍ତ ପ୍ଲାନେଟୋରିୟମର ଉପନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ

1,537

ଅନ୍ତରୀକ୍ଷର ଗର୍ଭରୁ ବାହାରି ପୃଥିବୀ ଆଡକୁ ଏକ ବିରାଟ ଉଲକାପିଣ୍ଡ ମାଡ଼ିଆସୁଛି । ଏହି ଉଲକାପିଣ୍ଡର ଗତି ଏତେ ଅଧିକ ଯେ ଯଦି ଏହା ପୃଥିବୀ ଉପରେ ପଡ଼େ ତେବେ ଅନେକ କିଲୋମିଟର ପର୍ଯ୍ୟନ୍ତ ଏହା କ୍ଷତି ଘଟାଇବ । ସେହିପରି ଯଦି ସମୁଦ୍ର ଉପରେ ଏହା ପଡେ ତେବେ ବଡ଼ ସୁନାମିର ଆଭାସ ହେବ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ୧୩ କିଲୋମିଟର ପ୍ରତି ସେକେଣ୍ଡରେ ଗତି କରୁଥିବା ଏହି ଉଲକାପିଣ୍ଡ ପୃଥିବୀ ଆଡକୁ ଆସିବାକୁ ମାତ୍ର କିଛି ସମୟ ବାକି ରହିଛି । ଯାହାର ଅର୍ଥ ହେଉଛି ପ୍ରତି ଘଣ୍ଟାରେ ଏହା ୪୬,୫୦୦ କିଲୋମିଟର ବେଗ ଗତି କରି ପୃଥିବୀ ଆଡ଼କୁ ମାଡ଼ି ଆସୁଛି । ଅନୁମାନ କରାଯାଉଛି ଯେ , ଏହି ଉଲକାପିଣ୍ଡ ଦିଲ୍ଲୀର କୁତୁବ୍ ମିନାର ଠାରୁ ଚାରି ଗୁଣ ଏବଂ ଆମେରିକାର ଷ୍ଟାଚ୍ୟୁ ଅଫ୍ ଲିବର୍ଟି ଠାରୁ ତିନି ଗୁଣ ବଡ଼ । ୧୦୧୭ ଫୁଟ୍ ଲମ୍ବାର ଏହି ଉଲକାପିଣ୍ଡର ନାଁ 2010 NY 65 ରହିଛି । ଆମେରିକା ଅନ୍ତରୀକ୍ଷ ଏଜେନ୍ସି ନାସା ଅନୁମାନ କରି କହିଛି ଯେ ଏହା ପୃଥିବୀ ଠାରୁ ୩୭ ଲକ୍ଷ କି.ମି. ଦୂରରୁ ଅତିକ୍ରମ କରିବ ।

ସେପଟେ ଏହା ଛୋଟ ଉଲକାପିଣ୍ଡ ବୋଲି କହିଛନ୍ତି ପଠାଣି ସାମନ୍ତ ପ୍ଲାନେଟୋରିୟମର ଉପନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ । ୧୧୦ରୁ ୧୨୦ ମିଟର ଭିତରେ ଏହି ଉଲକାପିଣ୍ଡ ବୋଲି ସେ କହିଛନ୍ତି । ଏହ ପୃଥିବୀଠାରୁ ୩୭ ଲକ୍ଷ କିଲୋମିଟର ଦୂରରେ ଅତିକ୍ରମ କରିବ । ପୃଥିବୀ ଉପରେ ଏହା ପ୍ରଭାବ ପଡିବ ନାହିଁ ବୋଲି ସେ କହିଛନ୍ତି । ଏହି ଉଲକାପିଣ୍ଡକୁ ୧୯୮୭ ମସିହାରୁ ଚିହ୍ନଟ କରାଯାଇଛି । ପୃଥିବୀ ପ୍ରତି କୌଣସି ବିପଦ ନାହିଁ । ଉଲକା ପଡିଥିଲେ ଦିଲ୍ଲୀ ଭଳି ସହର ନିମିଷକେ ଧୂଳିସାତ ହୋଇଯାଆନ୍ତା ବୋଲି ସେ କହିଛନ୍ତି ।