ନିର୍ମାଣଧୀନ ବିଜୁ ସେତୁକୁ ଅଧାରେ ଛାଡି ଠିକା କମ୍ପାନୀ ଛୁ । ଯାତାୟତ ପାଇଁ ଭରଷା ସାଜିଛି ଡଙ୍ଗା। ବାଜିରେ ଲାଗୁଛି ଜୀବନ

ଅସ୍ତରଙ୍ଗ ଦୀପାଂଚଳବାସୀଙ୍କ ସମସ୍ୟାକୁ ଦେଖି ୨୦୧୩ରେ ସେତୁର ଶୁଭ ଦେଇଥିଲେ ମୁଖ୍ୟମନ୍ତ୍ରୀ

288

କନକ ବ୍ୟୁରୋ: ଅସ୍ତରଙ୍ଗ ତାଳଦା ଦୀପାଂଚଳକୁ ସଂଯୋଗ କରୁଥିବା ଦେବୀନଦୀ ଉପରେ ନିର୍ମାଣ ଚାଲିଥିବା ବିଜୁ ସେତୁକୁ ଅଧାରେ ଛାଡି ଠିକା କମ୍ପାନୀ ଛୁ । ଯାତାୟତ ପାଇଁ ଭରଷା ସାଜିଛି ଡଙ୍ଗା । ଦୀପାଂଚଳବାସୀଙ୍କ ସମସ୍ୟାକୁ ଦେଖି ୨୦୧୩ ମସିହାରେ ସେତୁର ଶୁଭ ଦେଇଥିଲେ ମୁଖ୍ୟମନ୍ତ୍ରୀ । କୋଲକାତାର ରୟାଲ ଇନଫ୍ରା ଠିକା କମ୍ପାନୀ ୨୯କୋଟି ଟଙ୍କା ବ୍ୟୟରେ ବ୍ରିଜ ନିର୍ମାଣ ପାଇଁ କାର୍ଯ୍ୟ ଆରମ୍ଭ କରିଥିଲା ।

ଏହି ସେତୁ ନିର୍ମାଣ ଶେଷ ପାଇଁ ତିନି ବର୍ଷ ସମୟ ଦେଇଥିଲେ ନିମାପଡା ଗ୍ରାମ୍ୟ ଉନ୍ନୟନ ବିଭାଗ । କିନ୍ତୁ ୨୦୧୮ ରେ ସେତୁ ନିର୍ମାଣ ଶେଷ ପାଇଁ ତିନିଟି ପିଲାର ସହ ଚାରୋଟି ସ୍ଲାବ ପଡିବା ପୂର୍ବରୁ ତିନିଟି ପିଲାର ଭୁଷୁଡି ପଡିଥିଲା । ଯାହାଫଳରେ ସେତୁକାର୍ଯ୍ୟ ଆଗେଇ ପାରିନଥିଲା । ଆଉ ଏହା ଭିତରେ ପ୍ରକଳ୍ପର ଅଟକଳ ମୂଲ୍ୟକୁ ୨୯ କୋଟିରୁ ୩୭ କୋଟିକୁ ବୃଦ୍ଧି କରିଛନ୍ତି ସରକାର । ହେଲେ ଠିକାଦାର ୨୫ଟି ପିଲାର କାର୍ଯ୍ୟ ପୂର୍ଣ୍ଣାଙ୍ଗ କରି ୨୮ କୋଟି ଟଙ୍କା ଉଠାଇ ନେଇଥିବା ଜଣାପଡିଛି । କିନ୍ତୁ ଆଉ ନିର୍ମାଣ କାର୍ଯ୍ୟ କରୁନି କମ୍ପାନୀ ।

ଅନ୍ୟପଟେ ପୂର୍ବଭଳି ନଦୀ ପାର ପାଇଁ ଡଙ୍ଗାରେ ଅତି ବିପଦ ସଂକୁଳ ଅବସ୍ଥାରେ ଯାତାୟତ କରୁଛନ୍ତି ଅଂଚଳବାସୀ । ଏନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସ୍ଥାନୀୟ ଲୋକେ ।