ଅସ୍ତରଙ୍ଗ ତଳଦା ଦୀପାଂଚଳରୁ ଆସିଲା ନିଆରା ଚିତ୍ର : ଟିକା ନେବା ପାଇଁ ଡ଼ଙ୍ଗା ନଦୀ ପାର ହେଲେ ଲୋକେ

143

କନକ ବ୍ୟୁରୋ : ଟିକା ପାଇଁ ନଦୀ ପାର । ବିଭିନ୍ନ ସ୍ଥାନରେ ଟିକା ନେବା ପାଇଁ ଲୋକେ ଲୁଚୁଥିବାବେଳେ ଡଙ୍ଗାରେ ନଦୀ ପାର ହୋଇ ଟିକା ନେବାକୁ ଆସିଛନ୍ତି ଅସ୍ତରଙ୍ଗ ତାଳଦା ଦୀପାଂଚଳର ଲୋକେ । ଭରା ନଇରେ ଡଙ୍ଗାରେ ଅତି ବିପଦ ସଂକୁଳ ଭାବେ ବହୁ ସଂଖ୍ୟାରେ ଲୋକ ଟିକାକରଣ କେନ୍ଦ୍ରକୁ ଆସିଛନ୍ତି ।

ଟିକାକରଣ କେନ୍ଦ୍ରରେ ପହଁଚିବା ପରେ ଧାଡିରେ ଠିଆ ହୋଇ ପରିଚୟ ପତ୍ର ଦେଖାଇ ଟିକା ନେଉଛନ୍ତି । ଆଜିଠାରୁ ପୁରୀ ଜିଲ୍ଲା ଅସ୍ତରଙ୍ଗ କାକଟପୁର ବ୍ଲକର ଗ୍ରାମାଂଚଳରେ ୧୮ ରୁ ୪୪ ବର୍ଷ ବୟସ୍କଙ୍କ ପାଇଁ ଆରମ୍ଭ ହୋଇଛି ଟିକାକରଣ ପ୍ରକ୍ରିୟା । କାକଟପୁରର ଚାରିଟି କେନ୍ଦ୍ରରେ ଓ ଅସ୍ତରଙ୍ଗ ବ୍ଲକର ୬ଟି କେନ୍ଦ୍ରରେ ଟିକା କାର୍ଯ୍ୟ ଆରମ୍ଭ ହୋଇଛି ।