ଅସ୍ତରଙ୍ଗ ବରଦା ନଦୀରେ ଶତାଧିକ ବେଆଇନ ବାକ୍ସଜାଲ: ମାଛବଂଶ ଲୋପ ନେଇ ଚିନ୍ତାରେ ଗାଁ ଲୋକେ; ୩ କି.ମି. ଯାଏଁ ବିଚ୍ଛାଯାଇଛି ଶହେରୁ ଅଧିକ ଜାଲ

167

କନକ ବ୍ୟୁରୋ: ପୁରୀ ଜିଲ୍ଲା ଅସ୍ତରଙ୍ଗ ବରାଦ ନଦୀରେ ଲୋପ ପାଇଯିବ ମାଛ ବଂଶ । ଏପରି ଆଶଂକା କଲେଣି ମଧୁପୁର ଗାଁ ଲୋକେ । ନଦୀରେ ମାଳ ମାଳ ବେଆଇନ୍ ବାକ୍ସ ଜାଲ ବସିବା ପରେ ଏପରି ଏକ ଆଶଙ୍କା ଦେଇ ଗତି କରୁଛନ୍ତି ଗ୍ରାମବାସୀ । କେତେକ ମାଛ ଧରାଳି ନଦୀରେ ପ୍ରାୟ ୩ କିଲୋମିଟର ଦୂରତା ଯାଏଁ ଶହେରୁ ଅଧିକ ଜାଲ ବିଛାଇଛନ୍ତି । ମୁଷ୍ଟିମେୟ ଲୋକଙ୍କ ଦ୍ୱାରା ଏହି କାମ ହୋଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ଏହା ଯୋଗୁଁ ଗ୍ରାମର ପ୍ରାୟ ୧୨ ଶହ ଲୋକ ପ୍ରଭାବିତ ହେଉଥିବା ଅଭିଯୋଗ ହୋଇଛି । ବାକ୍ସ ଜାଲରେ ଛୋଟିଆ ମାଛ ଟିଏ ବି ପଡିଲେ ବାହାରି ପାରିବ ନାହିଁ । ଫଳରେ ନଦୀରେ ଆଉ ମାଛ ବଂଶ ବଢିବ ନାହିଁ ବୋଲି ଲୋକେ ସନ୍ଦେହ କଲେଣି । ଏହାକୁ ନେଇ ଶହ ଶହ ମତ୍ସ୍ୟଜୀବୀ ପରିବାର ଜୀବିକା ହରାଇବା ଆଶଙ୍କାରେ । ପ୍ରଶାସନ ତୁରନ୍ତ ଏହି ବେଆଇନ ଜାଲକୁ ଉଛେଦ ନକଲେ ଆଗକୁ ତହସିଲ୍ ଅଫିସ ଘେରାଉ କରିବାକୁ ମଧୁପୁର ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।