ଜଳପଥରେ ଲୋକଙ୍କୁ କରାଯାଉଛି ସଚେତନ : କରୋନା କଟକଣା ଲୋକେ କେମିତି ପାଳନ କରୁଛନ୍ତି ତଦାରଖ କରୁଛି ଅସ୍ତରଙ୍ଗ ସାମୁଦ୍ରିକ ଥାନା ପୋଲିସ

113

କନକ ବ୍ୟୁରୋ : ପୁରୀ ଜିଲ୍ଲା ଅସ୍ତରଙ୍ଗରେ ସାମୁଦ୍ରିକ ଥାନା ପକ୍ଷରୁ ଜଳ ପଥରେ କରୋନା ସଚେତନତା ଅଭିଯାନ ଆରମ୍ଭ କରାଯାଇଛି । ସାମୁଦ୍ରକି ଥାନା ଅଧିକାରୀଙ୍କ ସହ ଇଂଟର ସେକ୍ଟର ବୋଟ ଏବଂ ନାଭାଲ କର୍ମଚାରୀମାନେ ଏହି ଅଭିଯାନରେ ସାମିଲ ହୋଇଛନ୍ତି ।

ଦେବୀ ନଦୀ ସହ ସମୁଦ୍ର ପଥ ଓ ଦେବୀ ମୁହାଁଣରେ ସନ୍ଧିଗ୍ଧ କୋଲକାତା ମାଛ ଧରାଳି ଉପରେ କଡା ନଜର ରଖିଛନ୍ତିି । ବିଶେଷକରି ଦେବୀ ନଦୀରେ ମାଛ ମାରୁଥିବା ଲୋକେ ମାସ୍କ ପିନ୍ଧୁଛନ୍ତି କି ନାହିଁ ସାମାଜିକ ଦୂରତା ରଖୁଛନ୍ତି କି ନାହିଁ ଜଳପଥରେ ଏହାର ତଦାରଖ କରାଯାଉଛି । ଯେଉଁମାନେ କୋଭିଡ ଗାଇଡଲାଇନ ମାନୁ ନାହାନ୍ତି ତାଙ୍କ ଠାରୁ ଫାଇନ କଟାଯାଉଛି ।