କନକ ବ୍ୟୁରୋ : ସରକାରକା ମାଲ୍ ଜଙ୍ଗଲ ମେ ଡାଲ୍ । ଚାଷୀଙ୍କ ପାଇଁ ଆସିଥିବା ସାରକୁ ନବାଂଟି ଜଙ୍ଗଲରେ ଫିଙ୍ଗିଲେ ସରପଂଚ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା କାକଟପୁରରେ । ମୁଖ୍ୟମନ୍ତ୍ରୀଙ୍କ ସହାୟତା ପାଣ୍ଠି ଏବଂ ରାଷ୍ଟିୟ କୃଷି ବିଭାଗ ଯୋଜନାରେ ଚାଷୀଙ୍କ ଜମିର ଉର୍ବରତା ବଢାଇବା ପାଇଁ ରିହାତି ଦରରେ ସାର ଯୋଗାଇ ଆସୁଛି କୃଷିବିଭାଗ । ହେଲେ କୁରୁଜଙ୍ଗ ପଂଚାୟତରେ ଦେଖାଯାଇଛି ବ୍ୟତିକ୍ରମ । ଚାଷୀ ନୁହେଁ ଜଙ୍ଗଲକୁ ଦିଆଯାଉଛି ସାର । ପଂଚାୟତ ଅଫିସ୍ ନିକଟରେ ବିଡିଓଙ୍କ ଉପସ୍ଥିତିରେ ୫୦ବସ୍ତା ସାର ଜଙ୍ଗଲରେ ଫିଙ୍ଗା ଯାଇଥିବା ଅଭିଯୋଗ ହୋଇଛି । ଫଳରେ ଏନେଇ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ଦେଖାଯାଇଛି ।
ଅନ୍ୟପଟେ ଏଘଟଣାକୁ ଗ୍ରହଣ କରିବାକୁ ନାରାଜ୍ ଉଭୟ ବିଡିଓ ଏବଂ ସରପଂଚ । ଘଟଣା ସଂପର୍କରେ ଜଣାପଡିବା ପରେ ସରପଂଚ କ୍ୟାମେରା ସାମ୍ନାକୁ ଆସିନଥିଲେ । ଆଉ ବିଡିଓଙ୍କୁ ଏନେଇ ପଚରାଯିବାରୁ ସେ କିଛି ଜାଣିନଥିବା କହିଛନ୍ତିି । ତେବେ ଗଣମାଧ୍ୟରେ ଘଟଣା ପ୍ରଘଟ ହେବା ପରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ବିଡିଓ ସନ୍ତୋଷ କୁମାର ସାହୁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/08/Screen-shot-2017-08-11-at-5.08.43-PM.png)