ଭିଜିଲାନ୍ସ ପଞ୍ଝାରେ ସୁନାବେଡା ମ୍ୟୁନସିପାଲିଟି ସହକାରୀ ଯନ୍ତ୍ରୀ ମନୋଜ । ଚଢ଼ାଉବେଳେ ନଗଦ ୧୪ ଲକ୍ଷ ୫୦ ହଜାର ଟଙ୍କା ସହ କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ

Advertisment
ଭିଜିଲାନ୍ସ ପଞ୍ଝାରେ ସୁନାବେଡା ମ୍ୟୁନସିପାଲିଟି ସହକାରୀ ଯନ୍ତ୍ରୀ ମନୋଜ । ଚଢ଼ାଉବେଳେ ନଗଦ ୧୪ ଲକ୍ଷ ୫୦ ହଜାର ଟଙ୍କା ସହ କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ

କନକ ବ୍ୟୁରୋ : ଭିଜିଲାନ୍ସ ପଞ୍ଝାରେ କୋରାପୁଟ ସୁନାବେଡ଼ା ମ୍ୟୁନସିପାଲିଟି ସହକାରୀ ଯନ୍ତ୍ରୀ ମନୋଜ କୁମାର ପାତ୍ର । ଚଢ଼ାଉ ବେଳେ ତାଙ୍କ ଘରୁ ୧୪ ଲକ୍ଷ ୫୦ ହଜାର ନଗଦ ଟଙ୍କା ସହ କୋଟି କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ଠାବ ହୋଇଛି । ସହକାରୀ ଯନ୍ତ୍ରୀ ମନୋଜ କୁମାର ପାତ୍ରଙ୍କ ନିକଟରେ ବିପୁଳ ପରିମାଣର ଆୟ ବହିର୍ଭୁକ୍ତ ସମ୍ପତ୍ତି ଠୁଳ ହୋଇଥିବା ଅଭିଯୋଗ ହେବା ପରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା । ଏକକାଳୀନ ଭୁବନେଶ୍ୱର, ବ୍ରହ୍ମପୁର, ପାରଳାଖେମୁଣ୍ଡି ଓ ସୁନାବେଡ଼ାରେ ଚଢ଼ଉ କରିଥିଲା ଭିଜିଲାନ୍ସ ।

ଭୁବନେଶ୍ୱର ପୋଖରିପୁଟ ଅଂଚଳରେ ୩ ବେଡ୍ ରୁମ୍ ବିଶିଷ୍ଟ ଫ୍ଲାଟ୍, ଯାହାର ମୂଲ୍ୟ ୮୦ ଲକ୍ଷ ଟଙ୍କା ଏବଂ ବ୍ରହ୍ମପୁରରେ ୨ ମହଲା ବିଶିଷ୍ଟ କୋଠା, ପ୍ରାଥମିକ ଆକଳନ ଅନୁସାରେ ଯାହାର ମୂଲ୍ୟ ୫୦ ଲକ୍ଷରୁ ଅଧିକ । ଏହା ସହ ଭୁବନେଶ୍ୱରରେ ୫ଟି ପ୍ଲଟ ଏବଂ ବ୍ରହ୍ମପୁର ଓ କୋରାପୁଟରେ ୨ ଲେଖାଏଁ ପ୍ଲଟ ରହିଥିବା ଜଣାପଡିଛି । ଏହାର ମୂଲ୍ୟ କେତେ ହେବ ଆକଳନ କରୁଛି ଭିଜିଲାନ୍ସର ଟେକ୍ନିକାଲ୍ ୱିଙ୍ଗ୍ ।

ଚଢ଼ାଉ ବେଳେ ସହକାରୀ ଯନ୍ତ୍ରୀ ମନୋଜ ମହାପାତ୍ର ପୋଖରୀପୁଟ ସ୍ଥିତ ବାସଭବନରୁ ନଗଦ ୧୪ ଲକ୍ଷ ଟଙ୍କା ଏବଂ ସୁନାବେଡ଼ାରେ ଥିବା ସରକାରୀ ବାସଭବନରୁ ୫୦ ଟଙ୍କା ମିଳିଛି । କେବଳ ଏତିକି ନୁହେଁ, ଚଢ଼ାଉ ସମୟରେ ବୀମା, ପୋଷ୍ଟାଲ ଓ ବ୍ୟାଙ୍କ ଜମା ଆକାରରେ ୪୦ ଲକ୍ଷ ରହିଥିବା ଜାଣିବାକୁ ପାଇଛି ଭିଜିଲାନ୍ସ । ଏହାଛଡ଼ା ଗୋଟିଏ କାର ଯାହାର ମୂଲ୍ୟ ୧୨ ଲକ୍ଷ ୮୮ ହଜାର ଟଙ୍କା ଏବଂ ଦୁଇଟି ମୋଟର ସାଇକେଲ୍ ଠାବ ହୋଇଛି । ଚଢ଼ାଉ ଜାରି ରହିଥିବା ବେଳେ ଆହୁରି ସଂପତି ଠାବ ହୋଇପାରେ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe