ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କର ହୋଇନି ହତ୍ୟା । ଭିସେରା ରିପୋର୍ଟ ଆସିବା ପରେ ଏଚଆରପିସିଙ୍କ ସୂଚନା ।

Advertisment
ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କର ହୋଇନି ହତ୍ୟା । ଭିସେରା ରିପୋର୍ଟ ଆସିବା ପରେ ଏଚଆରପିସିଙ୍କ ସୂଚନା ।

କନକ ବ୍ୟୁରୋ: ରାଉରକେଲା ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କର ହତ୍ୟା ହୋଇନାହିଁ । ଭିସେରା ରିପୋର୍ଟ ଆସିବା ପରେ ଏହା କହିଛନ୍ତି, ଏଚଆରପିସି ଡିଏସପି ବନିତା ମାଝୀ । ଶବ ବ୍ୟବଚ୍ଛେଦ ରିପୋର୍ଟରେ ସୁସ୍ମିତା ପାଣିରେ ବୁଡି ମୃତ୍ୟୁ ହୋଇଥିବା ଦର୍ଶାଯାଇଛି ।

ମୃତକଙ୍କ ପରିବାର ଲୋକେ କିନ୍ତୁ ସୁସ୍ମିତାଙ୍କୁ ହତ୍ୟା କରାଯାଇଥିବା ଦାବି କରିଛନ୍ତି । ତାଙ୍କ ମର ଶରୀରରେ ଦାଗ ଚିହ୍ନ ରହିଥିବା ଦାବି କରି ହତ୍ୟା କରାଯାଇଥିବା ସନ୍ଦେହ କରିଛନ୍ତି । ଏହି ମାମଲାରେ ତଦନ୍ତ ଜାରି ରହିଛି । ପୋଲିସ ସୁସ୍ମିତାଙ୍କ ମୋବାଇଲରୁ ଡାଟା ରିକୋଭରୀ କରି ଏସଏଫଏସଏଲକୁ ପଠାଇଛି । ପରିବାର ଲୋକଙ୍କ ଅଭିଯୋଗକୁ ଆଧାର କରି ୨୦ରୁ ଅଧିକ ଲୋକଙ୍କୁ ପୋଲିସ ପଚରାଉଚରା କରୁଛି । ଯେଉଁଥିରେ ସୁନ୍ଦରଗଡ ଜିଲ୍ଲାପାଳ ଏବଂ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ରହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe