କନକ ବ୍ୟୁରୋ: ରାଉରକେଲା ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କର ହତ୍ୟା ହୋଇନାହିଁ । ଭିସେରା ରିପୋର୍ଟ ଆସିବା ପରେ ଏହା କହିଛନ୍ତି, ଏଚଆରପିସି ଡିଏସପି ବନିତା ମାଝୀ । ଶବ ବ୍ୟବଚ୍ଛେଦ ରିପୋର୍ଟରେ ସୁସ୍ମିତା ପାଣିରେ ବୁଡି ମୃତ୍ୟୁ ହୋଇଥିବା ଦର୍ଶାଯାଇଛି ।
ମୃତକଙ୍କ ପରିବାର ଲୋକେ କିନ୍ତୁ ସୁସ୍ମିତାଙ୍କୁ ହତ୍ୟା କରାଯାଇଥିବା ଦାବି କରିଛନ୍ତି । ତାଙ୍କ ମର ଶରୀରରେ ଦାଗ ଚିହ୍ନ ରହିଥିବା ଦାବି କରି ହତ୍ୟା କରାଯାଇଥିବା ସନ୍ଦେହ କରିଛନ୍ତି । ଏହି ମାମଲାରେ ତଦନ୍ତ ଜାରି ରହିଛି । ପୋଲିସ ସୁସ୍ମିତାଙ୍କ ମୋବାଇଲରୁ ଡାଟା ରିକୋଭରୀ କରି ଏସଏଫଏସଏଲକୁ ପଠାଇଛି । ପରିବାର ଲୋକଙ୍କ ଅଭିଯୋଗକୁ ଆଧାର କରି ୨୦ରୁ ଅଧିକ ଲୋକଙ୍କୁ ପୋଲିସ ପଚରାଉଚରା କରୁଛି । ଯେଉଁଥିରେ ସୁନ୍ଦରଗଡ ଜିଲ୍ଲାପାଳ ଏବଂ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ରହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/11/minj.jpg)