ଥାନାରେ ନାବାଳିକାଙ୍କୁ ଗଣଦୁଷ୍କର୍ମ: ଏସଏଚଓ ସମେତ ୬ ଫେରାର, ଗିରଫ ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍

Advertisment
ଥାନାରେ ନାବାଳିକାଙ୍କୁ ଗଣଦୁଷ୍କର୍ମ: ଏସଏଚଓ ସମେତ ୬ ଫେରାର, ଗିରଫ ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍

କନକ ବ୍ୟୁରୋ: ଉତ୍ତରପ୍ରଦେଶରେ ପୁଣି ଲଜ୍ଜା । ଥାନାକୁ ଅଭିଯୋଗ ପାଇଁ ଯାଇଥିବା ନାବାଳିକାଙ୍କୁ ଗଣଦୁଷ୍କର୍ମ ହୋଇଛି । ଲଲିତପୁର ଜିଲ୍ଲାରେ ଜଣେ ନାବାଳିକା ଥାନାକୁ ଅଭିଯୋଗ ପାଇଁ ଯାଇଥିବା ଏଭଳି ଘଟଣା ଘଟିଥିବା ଅଭିଯୋଗ କରିଛନ୍ତି । ଥାନାରେ ତାଙ୍କ ସହିତ ତିଲକଧାରୀ ସରୋଜ ଗଣଦୁଷ୍କର୍ମର ଅଭିଯୋଗ କରିଛନ୍ତି । ଏସଏଚଓଙ୍କ ବିରୋଧରେ ଏହି ସଙ୍ଗୀନ ଅଭିଯୋଗ ପରେ ତାଙ୍କୁ ସସପେଣ୍ଡ କରାଯାଇଛି । କେବଳ ସେତିକୁ ନହେଁ ୬ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଘଟଣା ପରେ ଥାନାଅଧିକାରୀ ତିଲକଧାରୀ ଫେରାର ହୋଇଯାଇଛନ୍ତି । ୧୩ ବର୍ଷୀୟ ନାବାଳିକାଙ୍କ କହିବା ଅନୁଯାୟୀ ୪ ଜଣ ତାଙ୍କୁ ଗଣଦୁଷ୍କର୍ମ କରିଥିଲେ । ଏନେଇ ସେ ଯେତେବେଳେ ଥାନାରେ ଅଭିଯୋଗ ପାଇଁ ପହଞ୍ଚିଥିଲେ ସେତେବେଳେ ଥାନା ଅଧିକାରୀ ତାଙ୍କ ସହ ଦୁଷ୍କର୍ମ କରିଥିଲେ ।

ଲଲତିପୁର ପୋଲିସ ଏହି ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛି, ଥାନା ଅଧିକାରୀ ତିଲକଧାରୀ ଏବଂ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପୋଲିସ ଟିମ୍ ଗଠନ କରିଛି । ନାବାଳିକା ପୂରା ଘଟଣା ନେଇ ଏସପିଙ୍କ ଦ୍ୱାରସ୍ଥ ହେବା ପରେ ଥାନା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ଗତ ୨୨ ଏପ୍ରିଲରେ ନାବାଳିକାଙ୍କୁ ୪ ଯୁବକ ଅପହରଣ କରିବା ପରେ ଗଣଦୁଷ୍କର୍ମ କରିଥିଲେ । ସେ ସେଠାରୁ ମୁକୁଳିବା ପରେ ଥାନାରେ ପହଞ୍ଚିଥିଲେ । ତେବେ ତାଙ୍କୁ ନ୍ୟାୟ ଦେବା ପରିବର୍ତ୍ତେ ଥାନାଧିକାରୀ ତିଲକଧାରୀ ସରୋଜ ତାଙ୍କ ସହ ଦୁଷ୍କର୍ମ କରିଥିଲେ । ଏନେଉ ନାବାଳିକା ଏସପିଙ୍କ ପାଖରେ ପହଞ୍ଚି ଅଭିଯୋଗ ପରେ ଏସପି ତଦନ୍ତ ନିର୍ଦ୍ଦେଶ ଦେଇ ନିଲମ୍ବନ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe