କନଷ୍ଟେବଳଙ୍କ ସମ୍ପତ୍ତି ଦେଖି ତାଟକା ହେଲା ଭିଜିଲାନ୍ସ । ଚଢାଉ ବେଳେ ମିଳିଲା ୨.୧୬ କୋଟି ଟଙ୍କାର ସମ୍ପତ୍ତି

697

କନକ ବ୍ୟୁରୋ: କନଷ୍ଟେବଳଙ୍କ କୁବେର ଭଳି ସମ୍ପତ୍ତି । ଭିଜିଲାନ୍ସ ରେଡ୍ ବେଳେ ଜଣେ କନଷ୍ଟେବଳଙ୍କ ସମ୍ପତ୍ତିର ପରିମାଣର ୨.୧୬ କୋଟି ବୋଲି ଜଣାପଡିଛି । ଯାହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି ଖୋଦ୍ ଭିଜିଲାନ୍ସ ଅଧିକାରୀ । ତେବେ ବ୍ରହ୍ମପୁରର ପୋଲିସ କନଷ୍ଟେବଳ ସୁଦର୍ଶନ ପ୍ରଧାନଙ୍କ ଘରେ ଭିଜିଲାନ୍ସ ରେଡ୍ ବେଳେ ତାଙ୍କ ପାଖରେ କୁବେର ଭଳି ସମ୍ପତ୍ତି ଥିବା ଜଣାପଡିଛି ।
ଭିଜିଲାନ୍ସ ଅଧିକାରୀମାନେ ତାଙ୍କ ପାଖରୁ ନଗଦ ୫ ଲକ୍ଷ ୧୬ ହଜାର ଟଙ୍କା ଜବତ କରିଛନ୍ତି । ଏହା ସହିତ ବ୍ରହ୍ମପୁରରେ ତାଙ୍କର ୪ଟି କୋଠା ଓ ଗଞ୍ଜାମର ବିଭିନ୍ନ ସ୍ଥାନରେ ୯ଟି ଜମି ଥିବା ଜାଣିପାରିଛନ୍ତି ।

ଆଜି ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କନଷ୍ଟେବଳ ସୁଦର୍ଶନ ପ୍ରଧାନଙ୍କ ଘରେ ରେଡ଼ କରିଥିଲା ଭିଜିଲାନ୍ସ । ଗଞ୍ଜାମରେ ଏକକାଳୀନ ୩ଟି ସ୍ଥାନରେ ଏହି ଚଡାଉ ହୋଇଥିଲା । ବ୍ରହ୍ମପୁର ଲୋଚାପଡ଼ାରେ ଥିବା ୩ ମହଲା ଘର ସହ ନମଖଣ୍ଡି ସ୍ଥିତ ଘର ଏବଂ ଗାମୁଣ୍ଡି ସ୍ଥିତ ପୈତୃକ ଘରେ ରେଡ଼ କରିଥିଲା ଭିଜିଲାନ୍ସ । ଏହି ସମୟରେ ତାଙ୍କ ପାଖରୁ ୫ଲକ୍ଷ ୧୬ ହଜାର ଟଙ୍କା ଜବତ ହୋଇଥିଲା । ୫ ଜଣ ଇନ୍ସିପେକ୍ଟର, ୨ ଡ଼ିଏସପି ଓ ଜଣେ ଆଡ଼ିସନାଲ ଏସପିଙ୍କ ତତ୍ତ୍ୱାବଧାନରେ ଏହି ଚଢାଉ କରାଯାଇଥିଲା ।