ଭାରତରୁ ଲୁଣ୍ଠନ ହୋଇଥିବା ବହୁମୂଲ୍ୟ ଜିନିଷ, ଯାହା ବଢ଼ାଉଛି ବିଦେଶୀ ମ୍ୟୁଜିୟମର ଶୋଭା

ବ୍ରିଟେନର ମହାରାଣୀର ମୁକୁଟରେ ଲାଗିଥିବା ହୀରା ‘କୋହିନୂର’ ହିଁ ଚର୍ଚ୍ଚାରେ ରହିଥାଏ ।

420

ସୁନାର ଚଢ଼େଇ କୁହାଯାଉଥିବା ଭାରତର ଅନେକ ସ୍ଥାନ ଲୁଣ୍ଠନ ହୋଇଛି । କିନ୍ତୁ ବର୍ତ୍ତମାନ କେବଳ ବ୍ରିଟେନର ମହାରାଣୀର ମୁକୁଟରେ ଲାଗିଥିବା ହୀରା ‘କୋହିନୂର’ ହିଁ ଚର୍ଚ୍ଚାରେ ରହିଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ସେହି ଜିନିଷର ସୂଚନା ଦେଉଛୁ, ଯାହା ଭାରତରୁ ଲୁଟ୍ ହୋଇଥିବା ଐତିହ । ସେଥିମଧ୍ୟରୁ କିଛି ଜିନିଷ ଆଜି ବି ବିଦେଶୀ ମ୍ୟୁଜିୟମରେ ରଖାଯାଇଛି ।

ଅମରାବତୀ ସ୍ତୁପ : ଅମରାବତୀ ସ୍ତୁପ ମୂଳ ରୂପେ ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲ୍ଲାରେ ସ୍ଥାପିତ ହୋଇଥିଲା । ୧୪ତମ ଶତାବ୍ଦୀ ପର୍ଯ୍ୟନ୍ତ ଏହି ପୂଜାର ଏକ ବିଶେଷ ସ୍ଥାନ ଥିଲା । ଏହାର ଇତିହାସରୁ ଜଣାପଡେ କି, ସମ୍ରାଟ ଅଶୋକଙ୍କ ଦୂତ ଯେବେ ବୈାଦ୍ଧ ଧର୍ମର ପ୍ରଚାର ପାଇଁ ଅମରାବତୀ ଆସିଥିଲେ, ତ ସେ ଏହି ସ୍ତୁପର ମୂଳଦୁଆ ରଖିଥିଲେ । ପୁଣି ୧୮୪୫ରେ ସର୍ ୱାଲ୍ଟର ଇଲିୟଟ୍ ମୂର୍ତ୍ତିର କିଛି ଭାଗ ଗାଏବ କରି ମାଡ୍ରାସ ମ୍ୟୁଜିୟମରେ ରଖିଦେଲେ । ଯେଉଁଠାରୁ ୧୮୫୯ରେ ଲଣ୍ଡନକୁ ସ୍ଥାନାନ୍ତରିତ କରିଦିଆଗଲା । ଏବେ ଏହା ବ୍ରିଟିଶ ମ୍ୟୁଜିୟମର ଶୋଭା ବଢ଼ାଉଛି ।

ଟିପୁର ବାଘ : ଲଣ୍ଡନର ‘ଭିକ୍ଟୋରିଆ ଆଣ୍ଡ ଅଲବର୍ଟ ମ୍ୟୁଜିୟମ’ର ଏକ ପ୍ରଦର୍ଶନୀରେ ରଖାଯାଇଥିବା “Tipu’s tiger” ଭାରତୀୟ କଳା ପାଇଁ ବ୍ରିଟିଶ ଆକର୍ଷଣକୁ ଜାହିର କରିଥିଲା । ଏହି ପ୍ରଦର୍ଶନୀ ଗ୍ରେଟ୍ ବ୍ରିଟେନ୍ ଦ୍ୱାରା ନିଜର ଶ୍ରେଷ୍ଠତା ଦେଖାଇବାର ପ୍ରୟାସ ଥିଲା । ଟିପୁ ସୁଲତାନଙ୍କ ପାଇଁ ନିର୍ମିତ କରାଯାଇଥିବା ଏହି ଖେଳନାକୁ ଇଷ୍ଟ ଇଣ୍ଡିଆ କମ୍ପାନୀ ନେଇଯାଇଥିଲା ।

ବୁଦ୍ଧଙ୍କ ପ୍ରତିମା : ଏହି ପ୍ରତିମା ଇଂଲଣ୍ଡର ବର୍ମିଂଘାମ ମ୍ୟୁଜିୟମ୍ ଆଣ୍ଡ ଆର୍ଟ ଗ୍ୟାଲେରୀରେ ରଖାଯାଇଛି । ଏହାର ଓଜନ ପାଖାପାଖି ୫୦୦ କିଲୋ ଓ ଏହାକୁ ବିହାରର ଜିଲ୍ଲା ଭାଗଲପୁର ନିଆଯାଇଥିଲା ।

ନାସକ ହୀରା : ଏହି ହୀରା ତେଲେଙ୍ଗାନାରେ ମିଳିଥିଲା । ଏହାକୁ ମହାରାଷ୍ଟ୍ରର ନାସିକର ତ୍ରମ୍ବକେଶ୍ୱର ମନ୍ଦିରରେ ସଜାଯାଇଥିଲା । କିନ୍ତୁ ଆଙ୍ଗଲୋ-ମରାଠା ଯୁଦ୍ଧରେ ଏହାକୁ ବ୍ରିିଟିଶ ଜ୍ୱେଲର ପାଖରେ ବିକ୍ରି କରିଦିଆଯାଇଥିଲା । ଏବେ ଏହାର ମୂଲ୍ୟ ୩.୦୬ ମିଲିୟନ ଡଲାର ।

ଶାହାଜାହାନଙ୍କ କପ୍ : ଏହି କପ୍ ମଣି ପଥରରେ ତିଆରି । ଏହାକୁ ସେଣ୍ଟ୍ରାଲ ଏସିଆ କିମ୍ବା ଚୀନରୁ ମଗାଯାଇଥିଲା । ଏହାକୁ ବିଶେଷ ଭାବେ କଳାପ୍ରେମୀ ଶାହାଜାହାନଙ୍କ ପାଇଁ ଡିଜାଇନ୍ କରାଯାଇଥିଲା । ଯାହାକୁ ୧୮୫୭ର ବିଦ୍ରୋହ ପରେ କୋଲୋନୋଲ ଚାର୍ଲସ ସେଟନ୍ ଗୁଥରୀ ନେଇଯାଇଥିଲେ ।

ଟିପୁ ସୁଲତାନଙ୍କ ମୁଦି ଓ ଖଣ୍ଡା : ଏହି ଦୁଇଟି ଜିନିଷକୁ ବ୍ରିଟିଶ ସେନା ଟିପ୍ ସୁଲତାନଙ୍କ ମୃତ୍ୟୁ ପରେ ନେଇଯାଇଥିଲା । ଏହି ଜିନିଷ ୨୦୦୪ ପର୍ଯ୍ୟନ୍ତ ବ୍ରିଟିଶ ମ୍ୟୁଜିୟମରେ ରଖାଯାଇଥିଲା । ଟିପୁ ସୁଲତାନଙ୍କ ଖଣ୍ଡାକୁ ବିଜୟ ମାଲ୍ୟା ୧୭୫,୦୦୦ ପାଊଣ୍ଡରେ ନିଲାମ ଜିତି ଭାରତକୁ ଦେଇଥିଲା ।