ଆସିଲା ବାତ୍ୟାର ଗତିପଥ । ୨୫ ତାରିଖରେ ବାତ୍ୟା ଓ ୨୬ ତାରିଖ ବେଳକୁ ନେଇପାରେ ଭୀଷଣ ବାତ୍ୟାର ରୂପ । ଓଡିଶାରେ ପଡିବନି ପ୍ରଭାବ

3,049

କନକବ୍ୟୁରୋ :ଆସିଲା ବାତ୍ୟାର ଗତିପଥ । ବଙ୍ଗୋପସାଗରରେ ଭୀଷଣ ବାତ୍ୟାର ସମ୍ଭାବନା । ଆସନ୍ତାକାଲି ସକାଳ ସୁଦ୍ଧା ଅବପାତର ରୂପ ନେଇପାରେ ।୨୫ସୁଦ୍ଧା ବାତ୍ୟା ଓ ୨୬ରେ ଭୀଷଣ ବାତ୍ୟାରେ ପରିଣତ ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ୨୫ ସକାଳ ସୁଦ୍ଧା ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟା ପରେ ୨୬ ସନ୍ଧ୍ୟା ସୁଦ୍ଧା ଭୀଷଣ ବାତ୍ୟା ଭାବେ ବାଙ୍ଗଲାଦେଶ ପାଶ୍ୱର୍ବର୍ତୀ ପଶ୍ଚିମବଙ୍ଗ ଉପକୂଳ ପାଖାପାଖି ସମୁଦ୍ର ମଧ୍ୟରେ ପହଂଚିବାର ସମ୍ଭାବନା ରହିଛି ।

ଏଥିପାଇଁ ଆସନ୍ତା ୨୭ ତାରିଖ ଯାଏଁ କେନ୍ଦ୍ରୀୟ ବଙ୍ଗୋପସାଗର ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି । ତେବେ ବାତ୍ୟାରେ ଓଡିଶାକୁ ସିଧାସଳଖ ପ୍ରଭାବ ନାହିଁ । ୨୩, ୨୪ ଓ ୨୫ ତାରିଖରେ କିଛି କିଛି ସ୍ଥାନରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ୨୬ ତାରିଖରେ ଉତର ଓଡିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ୨୭ରେ ମଧ୍ୟ ଉତର ଓଡିଶାରେ ବର୍ଷା ହେବ । ବାଲେଶ୍ୱର, ମୟୁରଭଂଜରେ ପ୍ରବଳ ବର୍ଷା ହେବାର ଆକଳନ କରିଛି ପାଣିପାଗ ବିଭାଗ ।