ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବିଧାନସଭା ମୌସୁମୀ ଅଧିବେଶନ ପଂଚମ ଦିନରେ ପ୍ରଶ୍ନକାଳ ଆରମ୍ଭରୁ ହୋହଲ୍ଲା । ମହାନଦୀ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଗୃହରେ ରଖିବା ବିବୃତିକୁ ନେଇ କ୍ଷୁବ୍ଧ ବିରୋଧୀ ଗୃହର ମଧ୍ୟଭାଗରେ ହଟ୍ଟଗୋଳ କରିଛନ୍ତି । ଫଳରେ ଗୃହକୁ ଅପରାହ୍ନ ୩ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ।
ବିରୋଧୀଙ୍କ ଅଭିଯୋଗ ମହାନଦୀ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ବିବୃତୀ ବିଭ୍ରାନ୍ତିକର । ଗୃହରେ ମୁଖ୍ୟମନ୍ତ୍ରୀ ରଖିଥିବା ବିବୃତିରେ ମଦାନଦୀ କି ଓଡିଶାବାସୀଙ୍କ ସୁରକ୍ଷା ପାଇଁ କିଛି ନଥିବା ଅଭିଯୋଗ ଆଣି ହଙ୍ଗାମା କରିଛନ୍ତି ବିରୋଧୀ । ଯେଉଁ ମହାନଦୀ ପାଇଁ ଶାସକ ଦଳ ୨ ଦିନ ଗୃହକୁ ଅଚଳ କଲା, ତା କେବଳ ପଂଚାୟତ ନିର୍ବାଚନ ପାଇଁ ଢାଲ ସଦୃଶ ବ୍ୟବହାର କରିଛନ୍ତି ଶାସକ ଦଳ ବୋଲି ବିରୋଧୀ ଅଭିଯୋଗ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/09/vlcsnap-2016-09-26-11h04m15s094.png)