କନକ ବ୍ୟୁରୋ: ବିଧାନସଭାରେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ଆତ୍ମହତ୍ୟା ଉଦ୍ୟମ କରିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ବିଧାନସଭା ଭିତରେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ଆତ୍ମହତ୍ୟା ଉଦ୍ୟମ କରିବା ବେଆଇନ୍ । ଏହି ଭୁଲ୍ ପାଇଁ ସେ କ୍ଷମା ମାଗିବାରେ ଅସୁବିଧା କେଉଁଠି ବୋଲି ପ୍ରଶ୍ନ କରିଛନ୍ତି ସୂର୍ଯ୍ୟପାତ୍ର ।
ଟ୍ରେଜେରୀ ବେଂଚ ମଧ୍ୟ ଏଭଳି ଘଟଣା ଲାଗି କ୍ଷମା ମାଗିବାକୁ ଦାବି କରିଛନ୍ତି । ବିଜେପି ବିଧାୟକ ଦଳ ଏନେଇ ବୈଠକ କରନ୍ତୁ ଏବଂ ଏଥିପାଇଁ ଦଳ ଦୁଃଖ ପ୍ରକାଶ କରିବା ଉଚିତ ବୋଲି ସେ କହିଛନ୍ତି । ସରକାରୀ ଦଳ ବି ତାଙ୍କ କ୍ଷମା ଦାବି କରିଛନ୍ତି । ଗୃହ ଠିକ୍ ଭାବେ ଚାଲିବା ପାଇଁ କ୍ଷମା ମାଗିଲେ ଅସୁବିଧା କଣ ବୋଲି ପ୍ରଶ୍ନ କରିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ।
ବିଧାନସଭାରେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ସାନିଟାଇଜର ପିଇବା ପ୍ରସଙ୍ଗ । ପ୍ରତିକ୍ରିୟା ରଖିଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । କହିଲେ, ଦୁଃଖ ପ୍ରକାଶ କରନ୍ତୁ ବିଧାୟକ ସୁବାସ ପାଣିଗ୍ରାହୀ । ସେ ବେଆଇନ୍ କାମ କରିଛନ୍ତି , କେବେ ପୂର୍ବରୁ ଗୃହରେ ଏପରି ହୋଇନି । #Odisha#Assemblypic.twitter.com/q9Ix43Z3Jq
— Kanak News (@kanak_news) March 14, 2021
ଧାନମଣ୍ଡି ଅବ୍ୟବସ୍ଥାକୁ ନେଇ ଦେବଗଡ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ବିଧାନସଭା ଭିତରେ ସାନିଟାଇଜର ପିଇବାକୁ ଉଦ୍ୟମ କରିଥିଲେ । ସେହି ସମୟରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ତାଙ୍କୁ ରୋକି ଦେଇଥିଲେ । ଏହି ଘଟଣାକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ ହୋଇଛି । ବିଜେଡି ବିଧାୟକ ଦଳ ମଧ୍ୟ ଗତକାଲି ଏନେଇ ବିଧାନସଭାରେ ହଙ୍ଗାମା କରିବା ସହିତ ବିଧାୟକଙ୍କ କ୍ଷମା ପ୍ରାର୍ଥନା ଦାବି କରିଛନ୍ତି । ଆଜି ବାଚସ୍ପତି ମଧ୍ୟ ବିଜେପି ବିଧାୟକଙ୍କୁ କ୍ଷମା ମାଗିନେବା ଠିକ୍ ବୋଲି କହିଛନ୍ତି ।