କନକ ବ୍ୟୁରୋ: ଆସନ୍ତା ଜୁନ୍ ୨୦ ତାରିଖରେ ହେବ ବିଧାନସଭା ବାଚସ୍ପତି ନିର୍ବାଚନ । ଏଥିସହିତ ଏହା ପୂର୍ବରୁ ଜୁନ୍ ୧୮ ଏବଂ ୧୯ ତାରିଖରେ ଦୁଇ ଦିନ ଧରି ନୂଆ ବିଧାୟକ ଶପଥ ଗ୍ରହଣ କରିବେ । କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରଥମେ ନୂଆ ବିଧାୟକଙ୍କ ଶପଥ ପାଠ କରାଇବେ । ଏହାପରେ ଜୁନ୍ ୨୦ ତାରିଖରେ ନୂଆ ବାଚସ୍ପତି ଚୟନ ପାଇଁ ନିର୍ବାଚନ ହେବ ବୋଲି ସୂଚନା ମିଳିଛି । ତେବେ ରାଜ୍ୟରେ ବିଜେପି ସରକାର ଗଠନ କରିସାରିଛି । ବିଧାନସଭାରେ ମଧ୍ୟ ସଂଖ୍ୟାଗରିଷ୍ଠତା ଥିବାରୁ ବିଜେପିର ନେତା ହିଁ ବାଚସ୍ପତି ହେବା ଏକପ୍ରକାର ଧାର୍ଯ୍ୟ । ଅନ୍ୟପଟେ ରଣପୁର ବିଧାୟିକା ସୁରମା ପାଢୀ ବାଚସ୍ପତି ହେବେ ବୋଲି ପୂର୍ବରୁ ଘୋଷଣା ହେଇସାରିଛି । ହେଲେ ବିଧି ମୁତାବକ, ଜୁନ୍ ୨୦ ତାରିଖରେ ବାଚସ୍ପତି ପଦ ପାଇଁ ନିର୍ବାଚନ ହେବ ବୋଲି ଜଣାପଡିଛି ।

Advertisment