କନକ ବ୍ୟୁରୋ : ଗୋଟିଏ ଦିନ ଘୁଞ୍ଚିଲା ବାଚସ୍ପତି ନିର୍ବାଚନ । ୨୧ ପରିବର୍ତ୍ତେ ୨୨ରେ ହେବ ବାଚସ୍ପତି ନିର୍ବାଚନ । ୨୨ ତାରିଖ ଦିନ ୯.୩୦ ମିନିଟ୍ ସମୟରେ ହେବ ବାଚସ୍ପତି ନିର୍ବାଚନ । ପୂର୍ବରୁ ୨୧ ତାରିଖରେ ବାଚସ୍ପତି ନିର୍ବାଚନ ନେଇ ତାରିଖ ସ୍ଥିର କରାଯାଇଥିଲା । କିନ୍ତୁ ଏହି ତାରିଖ ଘୋଷଣାକୁ ନେଇ ଉଦବେଗ ପ୍ରକାଶ କରିଥିଲେ ବିରୋଧୀ । ନୂଆଁଖାଇ ବାସୀ ଥିବାରୁ ୨୧ ତାରିଖରେ ବାଚସ୍ପତି ନିର୍ବାଚନରେ ସାମିଲ ହେବେନି ବୋଲି ବିରୋଧୀ ଦଳରେ ଥିବା ପଶ୍ଚିମ ଓଡ଼ିଶାର ବିଧାୟକ କହିଥିଲେ । ଉଭୟ କଂଗ୍ରେସ ଓ ବିଜେପି ବାଚସ୍ପତି ନିର୍ବାଚନକୁ ବୟକଟ କରିବାକୁ ନିଷ୍ପତ୍ତି ନେଇଥିଲେ ।
ବିରୋଧୀଙ୍କୁ ଉଦବେଗକୁ ଦୃଷ୍ଟିରେ ରଖି ବାଚସ୍ପତି ନିର୍ବାଚନ ପାଇଁ ତାରିଖ ପରିବର୍ତ୍ତନ କରିଛନ୍ତି ସରକାର । ୨୧ ପରିବର୍ତ୍ତେ ୨୨ ତାରିଖରେ ବାଚସ୍ପତି ନିର୍ବାଚନ ହେବ । ଏହାଛଡା ୨୨ ତାରିଖରେ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେଉଛି । ମୌସୁମୀ ଅଧିବେଶନ ଆରମ୍ଭ ପୂର୍ବରୁ ଏହି ନିର୍ବାଚନ ଶେଷ ହେବ । ତେବେ ବାଚସ୍ପତି କିଏ ହେବ ତାହାକୁ ନେଇ ସସପେନ୍ସ ରହିଛି । ଆସନ୍ତା ୧୮ ତାରିଖରେ ନାମାଙ୍କନପତ୍ର ଦାଖଲ ହେବାକୁ ଥିବା ବେଳେ ଆଜି ସନ୍ଧ୍ୟା ନଚେତ ଆସନ୍ତାକାଲି ସୁଦ୍ଧା ବାଚସ୍ପତି କିଏ ହେବ ତାହାକୁ ନେଇ ସ୍ପଷ୍ଟ ଚିତ୍ର ମିଳିଯିବ ।
Follow Us