କନକ ବ୍ୟୁରୋ: ଆଜିଠୁ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ଅଧିବେଶନ । ପୁଣିଥରେ ନବ ଦାସ ହତ୍ୟା ପ୍ରସଙ୍ଗ ଉଠାଇ ସରକାରକୁ ଘେରିପାରନ୍ତି ବିରୋଧୀ । ଦରଦାମ ବୃଦ୍ଧି, ବିଦ୍ୟୁତ କାଟ ପ୍ରସଙ୍ଗ ଉଠାଇ ସରକାରଙ୍କ ଉତ୍ତର ଲୋଡିବ ବୋଲି କହିଛି କଂଗ୍ରେସ ।
କଂଗ୍ରେସ ବିଧାୟକ ଦଳର ନେତା କହିଛନ୍ତି. ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଉଠାଇବ ଦଳ । ନବ ଦାସ ହତ୍ୟାକାଣ୍ଡ ସମର୍କରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲେ ବି ନିର୍ଯ୍ୟାସ ବାହାରି ପାରିନି । ଏହି ହତ୍ୟା ଘଟଣା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଉତ୍ତରଦାୟୀ କରିଛି କଂଗ୍ରେସ । କାହିଁକି ନବ ଦାସଙ୍କୁ ହତ୍ୟା ହେଲା ଏବେ ଯାଏଁ ଜଣା ପଡିନି । ତଦନ୍ତକାରୀ ଟିମ୍ କ୍ରାଇମବ୍ରାଂଚ ସାମ୍ବାଦିକ ସମ୍ବିଳନୀ କରି ସତ କହିବା ଦରକାର ବୋଲି ନରସିଂହ କହିଛନ୍ତି ।
ଅନ୍ୟ ପ୍ରସଙ୍ଗ ଯେପରିକି ଚାଷୀ ସମସ୍ୟା, ଗୃହରେ ଅସତ୍ୟ ପରିବେଷଣ କରୁଛନ୍ତି ସରକାର, ଦରଦାମ ବୃଦ୍ଧି ଏବଂ ବିଦ୍ୟୁତ କାଟ ବିଷୟରେ ଆଲୋଚନା ହେବ ବୋଲି ବିରୋଧୀ କହିଛନ୍ତି । ସେପଟେ ଶାସକ ଦଳ ମଧ୍ୟ ଏହାର ମୁକାବିଲା କରିବାକୁ ପ୍ରସ୍ତୁତ ଥିବା ସୂଚନା ରହିଛି ।