ବିଧାନସଭାରେ ପୁଣି ଉଠିଲା ଚାଷୀ ଆତ୍ମହତ୍ୟା ପ୍ରସଙ୍ଗ : କୃଷିମନ୍ତ୍ରୀଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ ଦେଲେ ବିରୋଧୀ ଦଳ ନେତା

20

କନକ ବ୍ୟୁରୋ : ବିଧାନସଭା ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ ବି ଉଠିଲା ଚାଷୀ ଆତ୍ମହତ୍ୟା ପ୍ରସଙ୍ଗ । ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ ବିରୋଧୀ କୃଷିମନ୍ତ୍ରୀଙ୍କ ବିରୋଧରେ ସ୍ୱାଧୀକାର ଭଙ୍ଗ ପ୍ରସ୍ତାବ ଆଣିଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର । ବରଗଡ ଚାଷୀ ଖଏନୁ ବଗର୍ତି ଆତ୍ମହତ୍ୟା ପ୍ରସଙ୍ଗରେ କୃଷି ମନ୍ତ୍ରୀ ଗୃହରେ ଭୁଲ ତଥ୍ୟ ରଖିଥିବା ଅଭିଯୋଗକୁ ସ୍ୱାଧିକାର ଭଙ୍ଗ ନୋଟିସ୍ ଆଣିଛି ବିରୋଧୀ କଂଗ୍ରେସ । ତେବେ ଆଜି ଗୃହ ଆରମ୍ଭରୁ ଦିବଙ୍ଗତ ପୂର୍ବତନ ବାଚସ୍ପତି ରବି ରାୟଙ୍କୁ ଶ୍ରଦ୍ଧାଂଜଳି ଦିଆଯାଇଛି ।