ବିଧାନସଭା ସମ୍ମୁଖ ରାସ୍ତାକୁ ସିଲ୍ କଲା ପୁଲିସ । ବିଧାନସଭା ସମ୍ମୁଖରେ ଏକାଧିକ ଥର ଆତ୍ମହୂତି ଉଦ୍ୟମ ପରେ ଏପରି ସତର୍କତା ଦେଖାଇଥିଲା କମିସନରେଟ ପୁଲିସ

81

କନକ ବ୍ୟୁରୋ : ଭିତରେ ବିଧାନସଭାର ଶୀତ ଅଧିବେଶନ ଚାଲିଥିବା ବେଳେ ଫାଟକ ସମ୍ମୁଖରେ ଦେଖିବାକୁ ମିଳିଥିବା ହାଇଡ୍ରାମା । ନିଜ ୫ ବର୍ଷିୟା ଝିଅର ମୃତ୍ୟୁ ପରେ ଉଚିତ ନ୍ୟାୟ ପାଇଁ ବାରମ୍ବାର ଗୋଟିଏ ପରେ ଗୋଟିଏ ଦୁଆର ଯାଇ ନିରାଶ ହେବା ପରେ ଆତ୍ମାହୂତିର ନିଷ୍ପତି ନେଇଥିଲେ ବାପା ଓ ମାଆ ।

ହଠାତ୍ ବିଧାନସବା ପରିସରକୁ ଧସେଇ ପସିବାକୁ ଉଦ୍ୟମ କରୁଥିଲେ ୧୦ରୁ ୧୫ ଯୁବକ । ନୟାଗଡ ନାବାଳିକା ମୃତ୍ୟୁ ଘଟଣାରେ ପୀଡିତ ପରିବାରକୁ ନ୍ୟାୟ ଦାବି କରି ସେମାନେ ବିଧାନସଭାର ୧୦ ନମ୍ବର ଗେଟ୍ ଦେଇ ପଶିବାକୁ ଉଦ୍ୟମ କରିଥିଲେ । ହଠାତ୍ ମାଆ ଓ ପୁଅ ଆତ୍ମାହୂତି କରିବାକୁ ଉଦ୍ୟମ କରିଥିଲେ । କୁଜଙ୍ଗରୁ ଆସିଥିବା ଏହି ମାଆ ଜଣକ ନିଜ ପୁଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରୁଥିବା ବେଳେ ନ୍ୟାୟ ମିଳିନଥିବା ନେଇ ସେମାନେ ଅଭିଯୋଗ କରିଛନ୍ତି ।

ବିଧାନସଭା ସମ୍ମୁଖ ରାସ୍ତାକୁ ଏଜି ଛକଠାରୁ ରବୀନ୍ଦ୍ର ମଣ୍ଡପ ଛକ ଏବଂ ଏପଟେ କମିଶନରେଟ ଅଫିସ ପାଖରୁ ସିଲ କଲା ପୁଲିସ । ଫଳରେ ବିଧାନସଭା ଆଖପାଖ ଦେଇ ଯିବା ଆସିବା କରିବା ଉପରେ ଲାଗିଲା ରୋକ । ଯିଏ ବି ବାଟରେ ଗଲା ତନ୍ନ ତନ୍ନ କରି ଯାଂଚ କରୁଥିଲା ପୁଲିସ । ବିଶେଷ କରି ଚାଲିଚାଲି ଯାଉଥିବା ଲୋକଙ୍କ ଉପରେ ରହିଥିଲା କଡା ନଜର । ପୁରା ଅଂଚଳରେ ସାଦା ପୋଷାକରେ ପୁଲିସ ମୁତୟନ ହୋଇଥିଲେ ।