ବିଧାନସଭାରେ ଉଠିଲା କେନ୍ଦ୍ରାପଡା ଗୁଳିକାଣ୍ଡ ଓ ପିପିଲି ଟ୍ରିପଲ୍ ମର୍ଡର ଘଟଣା । ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ଅଭିଯୋଗ ଆଣି ବିଜେପି ସଦସ୍ୟଙ୍କ ହୋହାଲ୍ଲା, ଗୃହ ମୁଲତବୀ ।

186

କନକ ବ୍ୟୁରୋ : ଗୃହ ଆରମ୍ଭରୁ ବିଜେପି ବିଧାୟକଙ୍କ ହଟ୍ଟଗୋଳ । ଗୃହ ମଧ୍ୟଭାଗରେ ବିଜେପି ବିଧାୟକମାନେ ନାରାବାଜି କରିଛନ୍ତି । ବିଧାନସଭାରେ ଉଠିଛି କେନ୍ଦ୍ରାପଡା ଗୁଳିକାଣ୍ଡ ଓ ପଟ୍ଟିନାଇକିଆ ଛକରେ ଟ୍ରିପଲ ମର୍ଡର ଘଟଣା । ବିଜେପି ସଦସ୍ୟମାନେ ଏହି ପ୍ରସଙ୍ଗ ଉଠାଇ ଅଭିଯୋଗ କରିଛନ୍ତି, ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି । ଏହି ପ୍ରସଙ୍ଗ ଉଠାଇ ପ୍ରଶ୍ନକାଳକୁ ବାତିଲ କରି ଏହି ପ୍ରସଙ୍ଗରେ ଆଲୋଚନା କରିବାକୁ ବିଜେପି ସଦସ୍ୟ ଦାବି କରିଥିଲେ ।

ଏହାକୁ ନେଇ ଗୃହ ମଧ୍ୟରେ ହଟ୍ଟଗୋଳ ହୋଇଥିଲା । ବିଜେପି ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ପ୍ରଥମେ ଗୃହକୁ ୧୦ ମିନିଟ୍ ଓ ପରେ ଦିନ ସାଢେ ୧୧ଟା ଯାଏଁ ମୁଲତବୀ ଘୋଷଣା କରାଯାଇଛି । କେନ୍ଦ୍ରପଡାରେ ଶନିବାର ରାତିରେ ଗୁଳିକାଣ୍ଡରେ ଜଣେ ଗୁରୁତର ହୋଇଥିବାବେଳେ ଗତକାଲି ପୁରୀ-ଭୁବନେଶ୍ୱର ରାସ୍ତାର ପଟ୍ଟନାଇକିଆ ଛକରେ ଦିନ ଦ୍ୱିପହରରେ ଦୁର୍ବୃତ୍ତମାନେ ଆତଙ୍କରାଜ ଚଳାଇ ୩ ଜଣଙ୍କୁ ହତ୍ୟା କରିଛନ୍ତି ।

Comments are closed.